ପୋଷଣ ଅଭିଯାନ ମାଧ୍ୟମରେ ଓଜନ ଉତ୍ସବ

ବେଗୁନିଆ : ବେଗୁନିଆ ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଯୋଜନା ଅଧୀନରେ ଥିବା ସମସ୍ତ ୨୩୬ ଟି ଅଙ୍ଗନୱାଡି କେନ୍ଦ୍ରରେ ମେ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଓଜନ ଉତ୍ସବ ପାଳନ କରାଯାଉଅଛି । ଦେଶରୁ ଶିଶୁ ମୃତ୍ୟୁ ହାର କମାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । ଜନ୍ମରୁ ୫ ବର୍ଷ ଶିଶୁର ଓଜନ, ଉଚ୍ଚତା ଏବଂ ଲମ୍ବ ନିଆଯାଇ ଶିଶୁମାନଙ୍କର ପୃଷ୍ଟିର ସ୍ଥିତି ନିର୍ଦ୍ଧାରଣ କରାଯାଇଥାଏ ।ଉକ୍ତ କାର୍ଯ୍ୟକ୍ରମରେ କମ ଓଜନର ଶିଶୁମାନଙ୍କର ଅଭିବାବକ ମାନଙ୍କୁ ଓଜନ ଉତ୍ସବକୁ ଡକାଯାଇ ସେମାନଙ୍କୁ ନିଜ ଶିଶୁର ସ୍ୱାସ୍ଥ୍ୟର ଉନ୍ନତି ଓ ଯତ୍ନ ବିଷୟରେ ବୁଝାଇ ଦିଆଯାଇଥାଏ । ଉତ୍ତମ ସ୍ୱାସ୍ଥ୍ୟ ଓ ପୃଷ୍ଟି ଥିବା ଶିଶୁର ଅଭିବାବକ ମାନଙ୍କୁ ସେମାନଙ୍କ ଶିଶୁର ଦୈନିକ ଖାଦ୍ୟ ଓ ଯତ୍ନ ବିଷୟରେ ଅବଗତ କରାଯାଇଥିଲା । ଫଳରେ କମ ଓଜନର ଶିଶୁ ମାନଙ୍କର ଅଭିବାବକ ମାନେ ନିଜ ଶିଶୁର ସ୍ୱାସ୍ଥ୍ୟ ଓ ଯତ୍ନ ବିଷୟରେ ଶିକ୍ଷା ଲାଭ କରିଥିଲେ ।

Comments are closed.