ସାମ୍ବାଦିକଙ୍କ ପିତୃ ବିୟୋଗ

ବେଗୁନିଆ: ବେଗୁନିଆ ବ୍ଲକ ଦୈନିକ ଖବରକାଗଜ ‘ସମାଜ’ର ସାମ୍ବାଦିକ ବିବେକାନନ୍ଦ ମିଶ୍ରଙ୍କ ପିତା ଗଙ୍ଗାଧର ମିଶ୍ର (୮୭)ଙ୍କର ଆଜି ସକାଳ ସମୟରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଏକ ବର୍ଷ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ବଡ଼ପୁଅ ବିଚିତ୍ରା ନନ୍ଦ ମିଶ୍ର, ମଝିଆ ପୁଅ ବିବେକାନନ୍ଦ ମିଶ୍ର, ଦୁଇ ବୋହୁ, ନାତି ଓ ଝିଅଜ୍ବାଇଁ ଉପସ୍ଥିତ ଥିଲେ। ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ବନ୍ଧୁ ବତ୍ସଳ ଓ ଧର୍ମପରାୟଣ ବ୍ୟକ୍ତି ଭାବରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି ପହଁଚି ସମବେଦନା ଜଣାଇଥିଲେ। ତାଙ୍କ ଶବାଧାରକୁ ସାହି ପରିକ୍ରମା କରି ପୁରୀ ସ୍ଵର୍ଗଦ୍ୱାରରେ ବଡ଼ପୁଅ ବିଚିତ୍ରା ନନ୍ଦ, ମଝିଆ ପୁଅ ବିବେକାନନ୍ଦ ଓ ସାନ ପୁଅ ବ୍ରହ୍ମାନନ୍ଦ ମୁଖାଗ୍ନି ଦେବା ପରେ ଅନ୍ତ୍ୟେଷ୍ଟିକ୍ରିୟା ସମାପନ ହୋଇଥିଲା। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.