ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଶରଧାପୁର ୧-୦ ଗୋଲରେ ବିଜୟୀ

ବେଗୁନିଆ: ବେଗୁନିଆ ବ୍ଲକ ବାଘମାରି ପଞ୍ଚାୟତ ଅନ୍ତର୍ଗତ ଶରଧାପୁର ଗ୍ରାମରେ ସାତ ଦିନ ଧରି ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଆଜିର ଫାଇନାଲ ମ୍ୟାଚ ଖୋର୍ଦ୍ଧା ଓ ଶରଧାପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଶରଧାପୁର ଫୁଟବଲ ଟିମ ୧-୦ ଗୋଲରେ ବିଜୟ ଲାଭ କରିଛି। ଏ ନେଇ ପୁରସ୍କାର ବିତରଣ ସଭାରେ ଅଶୋକ କୁମାର ବଳିୟାର ସିଂହ ମୁଖ୍ୟ ଅତିଥି, ସମାଜସେବୀ ପ୍ରଦୀପ କୁମାର ସାହୁ, ଅନାଦି ସାହୁ, ଦିଲ୍ଲୀପ ମହାଭୋଇ, ହାଡୁବନ୍ଧୁ ମହାପାତ୍ର, ମଧୁସୂଦନ ସୁବୁଦ୍ଧି, ମାନସ ବିଶ୍ୱାଳ, ହରିହର ବଳିୟାର ସିଂହ, ଦାଶରଥି ପଣ୍ଡା, ଆଲ୍ଲାଉଦ୍ଦିନ ଖାଁ, ଦୟାନ ଖାଁ, ଶେଖ ମୁସାରଫ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଜୟୀ ଓ ରନର୍ସ ଅପ ଦଳକୁ ସିଲ କପ ଓ ଟ୍ରଫି ପ୍ରଦାନ କରିଥିଲେ।

Comments are closed.