ସିମୋର ସେକ୍ଟରରେ କୁଷ୍ଠ ନିରାକରଣ ତାଲିମ ଶିବିର

ବେଗୁନିଆ: ବେଗୁନିଆ ବ୍ଲକ ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ସିମୋର ସେକ୍ଟରରେ ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ସ୍ବେଛାସେବୀମାନଙ୍କୁ କୁଷ୍ଠ ରୋଗର ନିରାକରଣ ଉପରେ ତାଲିମ ପ୍ରଦାନ କରାଯାଇଛି ।ଏଥିରେ ତାଲିମ ପ୍ରାପ୍ତ କର୍ମୀମାନେ ପ୍ରତ୍ୟେକ ଘର ଘର ବୁଲି ତଥ୍ୟ ସଂଗ୍ରହ କରି କୁଷ୍ଠରୋଗ ନିରାକରଣ ସମ୍ପର୍କରେ ଅବଗତ କରାଇବେ। ଏ ନେଇ ଏକ ସଭାରେ ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜନ ସଂପ୍ରସାରଣ ଅଧିକାରୀ ପ୍ରଭାସିନୀ ପଣ୍ଡା, ସ୍ୱାସ୍ଥ୍ୟ ପରିଦର୍ଶକ ଯୁଧିଷ୍ଠିର ଦେବତା, ଦେବରାଜ ମହାନ୍ତି, ସ୍ୱାସ୍ଥ୍ୟ ପରିଦର୍ଶିକା ଭାନୁବତୀ ସାହୁ, ବ୍ଲକ ନୋଡାଲ ସ୍ୱାସ୍ଥ୍ୟ କର୍ମଚାରୀ କୁନାଲ ଦାଶ ଓ ସମାଜସେବୀ ଯୋଗେଶ୍ୱର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ।

Comments are closed.