ବେଗୁନିଆରେ କଳାବ୍ୟାଚ ପିନ୍ଧିଲେ ସ୍ୱାସ୍ଥ୍ୟ ପରିଦର୍ଶକ ଓ ସ୍ୱାସ୍ଥ୍ୟକର୍ମୀ

ବେଗୁନିଆ: ରାଜ୍ୟରେ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ସର୍ବମୋଟ ୧୫ ହଜାର କାର୍ଯ୍ୟରତ ଅଛନ୍ତି। ଏଥି ମଧ୍ୟରୁ ବେଗୁନିଆ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୩୦ ଜଣ ସ୍ୱାସ୍ଥ୍ୟକର୍ମୀ ଓ ୧୧ ଜଣ ପରିଦର୍ଶକ କାର୍ଯ୍ୟ କରୁଛନ୍ତି। ଦୀର୍ଘ ଦଶ ବର୍ଷ ହେବ ରାଜ୍ୟ ସରକାର ସେମାନଙ୍କ ପ୍ରତି ଉଦାସୀନତା ମନୋଭାବ ଯୋଗୁଁ ଚାକିରୀ ସମୟ ମଧ୍ୟରେ କେବଳ ଗୋଟିଏ ଥର ପଦୋନ୍ନତି ଦିଆଯାଉଛି। ଅନ୍ୟମାନଙ୍କ ଭଳି ପଦୋନ୍ନତିକୁ ବଳବତ୍ତର ରହିଥିବା ବେଳେ ଏମାନଙ୍କ ପଦୋନ୍ନତି ଉପରେ ଗୁରୁତ୍ୱ ଦିଆଯାଉନାହିଁ। ଏ ନେଇ ଆଜିଠାରୁ କରୋନା ଟୀକା ସମସ୍ତଙ୍କୁ ଦିଆଯିବା ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ କଳା ବ୍ୟାଚ ପିନ୍ଧି ସମସ୍ତ କାର୍ଯ୍ୟରେ ନିୟୋଜିତ ହେବା ସହ ଟୀକା ନେବେ ନାହିଁ ବୋଲି ସ୍ୱାସ୍ଥ୍ୟ କର୍ମୀ ଓ ପରିଦର୍ଶକ କହିଛନ୍ତି।

Comments are closed.