ବେଗୁନିଆ ବ୍ଲକରେ ପଜିଟିଭ ସଂଖ୍ୟା ୮୭, ଆଜି ଆଉ ଜଣେ ପଜିଟିଭ ଚି଼ହ୍ନଟ

ବେଗୁନିଆ:ବେଗୁନିଆରେ ଆଜି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି l ସେ ହୋମକ୍ୱାରେଣ୍ଟଇନରେ ଥିବାବେଳେ ଗତ ୧ତାରିଖରେ ତାଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା l ଗତକାଲି ରାତିରେ ତାଙ୍କର ପଜିଟିଭ ରିପୋର୍ଟ ଆସିବା ପରେ ତାଙ୍କୁ ଆଜି କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି l ବେଗୁନିଆ ବ୍ଲକରେ ପଜିଟିଭ ସଂଖ୍ୟା ୮୭ ରେ ପଂହଁଚି ଥିବାବେଳେ ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ଆଜିସୁଦ୍ଧା ୫୨ଜଣ ଫେରିଛନ୍ତି l ଡିଙ୍ଗର ଗ୍ରାମର ଜଣେ ବୃଦ୍ଧ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିବା ପରେ ପରୀକ୍ଷା କରିବାରୁ ପଜିଟିଭ ଥିବାର ଜଣାପଡିଥିଲା l ବେଗୁନିଆ ବ୍ଲକର ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘଦିନ ହେବ ଜଣେ ସ୍ଥାୟୀ ଇନଚାର୍ଜ ଅଧିକାରୀ ନଥିବା ଯୋଗୁଁ କରୋନା ପରିଚାଳନା କ୍ଷେତ୍ରରେ ବହୁ ଅବ୍ୟବସ୍ଥା ପରିଲକ୍ଷିତ ହେଉଥିବାର ଦେଖିବାକୁ ମିଳୁଛି l ସିଡିଏମଓଙ୍କୁ ଏ ବିଷୟରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସେ ଏଥିପ୍ରତି ଆଦୌ କର୍ଣପାତ କରୁନାହାନ୍ତି l

Comments are closed.