ଚୋରି କରୁଥିବା ବେଳେ ଦୁଇ ଚୋର ଗିରଫ 

ବେଗୁନିଆ : ଚୋରି କରୁଥିବା ବେଳେ ଦୁଇ ଚୋର ଗିରଫ । ବାଘମାରୀ ଥାନା ଅନ୍ତର୍ଗତ ବାମଡିହ ଗ୍ରାମରେ ଗତକାଲି ରାତିରେ ବେଗୁନିଆର ଦୁଇଜଣ ଚୋର ସମ୍ପୃକ୍ତ ଗ୍ରାମର ପ୍ରକାଶ ସାହୁଙ୍କ ଘରେ ପଶି ଚୋରି କରିବା ପାଇଁ ଉଦ୍ୟମ କରୁଥିବାବେଳେ ଘରଲୋକ ମାନେ ଉଠିପଡ଼ି ଗ୍ରାମବାସୀଙ୍କ ସହାୟତାରେ ଜଣକୁ କାବୁ କରିନେଇଥିଲେ ।ଅନ୍ୟ ଜଣେ ଗୋଟିଏ ପିତଳ ଗରା ନେଇ ଘଟଣାସ୍ଥଳରୁ ଖସି ଯାଇ ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରେ ଲୁଚିଥିଲା ।
ବାଘମାରୀ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପଂହଁଚି ଲୋକମାନଙ୍କ ସହାୟତାରେ ତାକୁ ଖୋଜି ପାଇଥିବା ବେଳେ ତାଠାରୁ ଚୋରି ହୋଇଥିବା ଗରା ସହିତ ସେମାନେ ବ୍ୟବହାର କରୁଥିବା ବାଇକଟିକୁ ମଧ୍ୟ ଜବତ କରିଥିଲା ।  ବେଗୁନିଆ ଗ୍ରାମର ସଂଗ୍ରାମ ଜୁଝାରସିଂ ଏବଂ ରେବତୀକାନ୍ତ ପଟ୍ଟନାୟକ ବାମଡିହ ଗ୍ରାମର ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ କୌଶଳକ୍ରମେ ପଶି ଚୋରି କରୁଥିବାବେଳେ ଘରଲୋକମାନେ ଉଠିପଡିବାରୁ ଗ୍ରାମବାସୀଙ୍କ ସହାୟତାରେ ରେବତୀକାନ୍ତଙ୍କୁ ମାଡିବସିଥିଲେ ।କିନ୍ତୁ ସେଠାରୁ ସଂଗ୍ରାମ ଏକ ଗରା ଚୋରି କରି ନେଇ ଖସି ପଳାଇବାରେ ସକ୍ଷମ ହୋଇଥିଲା ।ଖବର ପାଇ ବାଘମାରୀ ପୁଲିସ ଘଟଣାସ୍ଥଳରେ ପଂହଁଚି ଲୋକମାନଙ୍କ ସହିତ ମିଶି ଖୋଜା ଖୋଜି କରିବା ପରେ ସଂଗ୍ରାମକୁ ପାଖରେ ଥିବା ଏକ ଜଙ୍ଗଲରେ ଲୁଚିଥିବାବେଳେ ତାକୁ ଗିରଫ କରି ତା ଠାରୁ ଚୋରି କରିଥିବା ଗରା ସହିତ ସେମାନେ ବ୍ୟବହାର କରୁଥିବା ବାଇକଟିକୁ ମଧ୍ୟ ଜବତ କରିଥିଲା ।ସଂଗ୍ରାମ ନାମରେ ବିଭିନ୍ନ ଥାନାରେ ବହୁ କେଶ ଥିବାବେଳେ ଥାନା ରୁ ଖସି ପଳାଇବା ଏବଂ ପୁଲିସକୁ ଧକ୍କା ମାରି କୋର୍ଟ ରୁ ଫେରାର ହେବା ଭଳି ସଙ୍ଗିନ କେଶ ତା ନାମରେ ମଧ୍ୟ ରହିଥିବାର ବାଘମାରୀ ଏସ ଆଇ ବ୍ରହ୍ମ।ନନ୍ଦ ସ୍ୱାଇଁ କହିଛନ୍ତି ।ଆଜି ସମ୍ପୃକ୍ତ ଚୋର ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Comments are closed.