ମଧୁବାବୁ ପେନସନ ଯୋଜନାରୁ ବଞ୍ଚିତ ରବି

ବେଗୁନିଆ: ବେଗୁନିଆ ବ୍ଲକ ବଡବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ରବି ନାରାୟଣ ପ୍ରଧାନ(୬୨) ବର୍ଷ ହୋଇଥିଲେ ମଧ୍ୟ ମଧୁବାବୁ ପେନସନ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ରବି ରୋଜଗାର କ୍ଷମ ହୋଇଥିବା ବେଳେ ନିଜ ପାଇଁ କିଛି ସଞ୍ଚୟ କରିପାରି ନ ଥିଲେ। ଏବେ ବୟସର ଅପରାହ୍ନରେ ରୋଗଗ୍ରସ୍ତ ହୋଇ ନିଜ ଭଉଣୀ ଘରେ ଆଶ୍ରୟ ନେଇ ରହି ଆସୁଛନ୍ତି । ଏପରିକି ମଧ୍ୟ ରୋଗଗ୍ରସ୍ତ ହୋଇ ନିଜର ଔଷଧ ପତ୍ର କିଣି ନ ପାରିବାରୁ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାର ହାତ ବଢାଇ ଛନ୍ତି । ମଧୁବାବୁ ପେନସନ ଯୋଜନାରେ ସାମିଲ ହେବା ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ସେ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଏ ନେଇ ସ୍ଥାନୀୟ ଗ୍ରାମର ଜନସାଧାରଣ ଶ୍ରୀ ପ୍ରଧାନଙ୍କୁ ତୁରନ୍ତ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରିଛନ୍ତି ।

Comments are closed.