ବେଗୁନିଆରେ ଚତୁର୍ଥ ଦିନରେ ପ୍ରାର୍ଥୀପତ୍ର ଦାଖଲ

ବେଗୁନିଆ : ବେଗୁନିଆ ବ୍ଲକର ୨୧ ଟି ପଂଚାୟତରେ ନାମାଙ୍କନ ପତ୍ର ଦାଖଲ କରିବାର ଆଜି ଥିଲା ଚତୁର୍ଥ ଦିନ ।ଆଜି ସରପଞ୍ଚ ପଦ ପାଇଁ୧୭ ଜଣ ,ସମିତି ସଭ୍ୟ ପଦ ପାଇଁ୨୨ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ୧୨୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୨୨ ନଂ ଜିଲ୍ଲା ପରିଷଦ ଯୋନରେ ଆଜି କେହି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି ।କିନ୍ତୁ ୨୩ ନଂ ଯୋନ ରେ ୪ ଜଣ ଏବଂ ୨୪ ନଂ ଯୋନରେ ଜଣେ ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜଣା ପଡ଼ିଛି ।
ପ୍ରଥମ ଦିନରେ ବେଗୁନିଆ ବ୍ଲକର ୨୧ ଟି ପଞ୍ଚାୟତ ରେ ସରପଞ୍ଚ ପଦ ପାଇଁ ୧୧ ଜଣ ,ସମିତି ସଭ୍ୟ ପାଇଁ ୨ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୩୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଦ୍ୱିତୀୟ ଦିନରେ ସରପଞ୍ଚ ପାଇଁ ଜଣେ ,ସମିତି ସଭ୍ୟ ପାଇଁ ୩ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୬୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।ତୃତୀୟ ଦିନରେ ସରପଞ୍ଚ ପାଇଁ ୩୪ ଜଣ ,ସମିତି ସଭ୍ୟ ପାଇଁ ୩୫ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୨୩୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ଏଥି ସହିତ ୨୨ ,୨୩ ଏବଂ୨୪ ନଂ ଜିଲ୍ଲା ପରିଷଦ ଯୋନ ରେ କଂଗ୍ରସ ପକ୍ଷରୁ ୩ ଜଣ ଏବଂ ବିଜେପି ପକ୍ଷରୁ ୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୪ ଦିନରେ ୫୯୨ ଜଣ ସରପଞ୍ଚ ,ସମିତିସଭ୍ୟ ଏବଂ ୱାର୍ଡ ସଭ୍ୟ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ୩ଟି ଜିଲ୍ଲାପରିଷଦ ଯୋନ ରେ ୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Comments are closed.