ବେଗୁନିଆ ମହାବିଦ୍ୟାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ

ବେଗୁନିଆ: ବେଗୁନିଆ ମହାବିଦ୍ୟାଳୟରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କର୍ତ୍ତୃପକ୍ଷ ଆଜି ଦିନକ ପାଇଁ ମହାବିଦ୍ୟାଳୟ ବନ୍ଦ ରହିଥିଲା। ବେଗୁନିଆ ଅଗ୍ନିଶମ ବିଭାଗ କର୍ମଚାରୀମାନେ ମହାବିଦ୍ୟାଳୟକୁ ସାନିଟାଇଜ କରିଛନ୍ତି।ମହାବିଦ୍ୟାଳୟର ଭୋକେସନାଲ ଅଧ୍ୟାପକ ଶୁସାନ୍ତ କୁମାର ଲେଙ୍କା ଥଣ୍ଡାରେ ଆକ୍ରାନ୍ତ ହେବା ପରେ ଗତକାଲି ଭୁବନେଶ୍ୱର ନୟାପଲ୍ଲୀରେ ଆର ଟି ପି ସି ଆର ପରୀକ୍ଷା କରିଥିଲେ। ସେହି ପରୀକ୍ଷାରେ ସେ ପଜିଟିଭରେ ଆକ୍ରାନ୍ତ ଥିବାର ଜଣାପଡିଛି।

Comments are closed.