ବେଗୁନିଆରେ ସାରାଂଶ ମୂଲ୍ୟାୟନ ପରୀକ୍ଷା ଆରମ୍ଭ

ବେଗୁନିଆ: ଆଜିଠାରୁ ବେଗୁନିଆ ବ୍ଳକରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ଼)ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ୧ମ ସାରାଂଶ ମୂଲ୍ୟାୟନ ଆରମ୍ଭ ହୋଇଛି। ଏହି ପରୀକ୍ଷା ଆଜିଠାରୁ ୩ ଦିନ ବ୍ୟାପି ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରତେକ ବିଷୟରେ କେବଳ ବସ୍ତୁନିଷ୍ଠ ସଂକ୍ଷିପ୍ତ ପ୍ରଶ୍ନ ରହିଛି। ଏଥିପାଇଁ ବେଗୁନିଆ ବ୍ଲକରେ ୧୧ଟି କେନ୍ଦ୍ର ବେଗୁନିଆ ଗୋପବନ୍ଧୁ ହାଇସ୍କୁଲ, ବେଗୁନିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସିମୋର, ବାଘମାରୀ, ପୋଡାଡିହ, ଡିଙ୍ଗର, ଗୁଡୁମ, ଡଙ୍ଗରପଡ଼ା, ଗଡମାଣତୀର, ସିକୋ ଏବଂ ହଜ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କେନ୍ଦ୍ରରେ ୧୫୬୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୮୭ ଜଣ ଅନୁପସ୍ଥିତ ଅଛନ୍ତି।

ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟକୁ ନୋଡାଲ ସେଣ୍ଟର କରାଯାଇଥିବାବେଳେ ଏଠାରେ ସମସ୍ତ ସେଣ୍ଟର ପାଇଁ ପ୍ରଶ୍ନ ପତ୍ର ମହଜୁଦ ରହିଛି। କଡା ପୋଲିସ ସୁରକ୍ଷା ମଧ୍ୟରେ ୩ ଟି ଟିମ ସହାୟତାରେ ଶିକ୍ଷକ ଶ୍ରୀନିବାଶ ମିଶ୍ର, ପ୍ରଭାତ କୁମାର ନିଶଙ୍କ, ରବିନ୍ଦ୍ର କୁମାର ପଣ୍ଡା, ଅକ୍ଷୟ କୁମାର ମହାପାତ୍ର, ରତିକାନ୍ତ କହଲସିଂହ, ସୂର୍ଯ୍ୟକାନ୍ତ ମହାପାତ୍ର ପ୍ରମୁଖ ବିଭିନ୍ନ କେନ୍ଦ୍ରରେ ପ୍ରଶ୍ନ ପତ୍ର ପହଞ୍ଚାଇଥିବା ବେଳେ ଉତ୍ତର ଖାତା ଆଣି ନୋଡାଲ ସେଣ୍ଟର ଜିମା ଦେଇଥିଲେ। ନୋଡାଲ ସେଣ୍ଟର ସୁପରିଟେଣ୍ଡେଣ୍ଟ ବାସୁଦେବ ବେହେରା ଏବଂ ଡେପୁଟି ସୁପରିଟେଣ୍ଡେଣ୍ଟ ଶାନ୍ତନୁ କୁମାର ପାଇକରାୟ ସମସ୍ତ ଦାୟିତ୍ୱ ପରିଚାଳନା କରୁଛନ୍ତି।

Comments are closed.