ବେଗୁନିଆରେ ଜାନକୀବଲ୍ଲଭଙ୍କ ଜୟନ୍ତୀ ପାଳିତ

ବେଗୁନିଆ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ,ଆସାମର ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୫ତମ ଜୟନ୍ତୀ ବେଗୁନିଆ ଆଦର୍ଶ କ୍ଲବ ପରିସରରେ ପାଳିତ ହୋଇ ଯାଇଛି । ଜାନକୀବଲ୍ଲଭ ସ୍ମୃତି ସଂସଦ ଆନୁକୂଲ୍ୟରେ ଆୟୋଜିତ କାର୍ୟ୍ୟକ୍ରମରେ କ୍ଲବ ସଭାପତି ସୂର୍ୟ୍ୟକାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । କାର୍ୟ୍ୟକ୍ରମ ପ୍ରାରମ୍ଭରେ ଜାନକୀବଲ୍ଲଭଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ଶିକ୍ଷୟତ୍ରୀ ପ୍ରତିମା ପ୍ରଧାନ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାନ କରିଥିଲେ ।କାର୍ୟ୍ୟକ୍ରମରେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ରନାଥ ପାଣିଗ୍ରାହୀ, ଅବସରପ୍ରାପ୍ତ ଡେପୁଟି କଲେକ୍ଟର ସୁଧାକର ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ପଟନାୟକଙ୍କ କର୍ମଭୂମି ବେଗୁନିଆ ପ୍ରତି ଥିବା ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗିରଥି ପରିଡା ,କୁଳମଣି ବଳିଆରସିଂହ ,ନାଏବ ସରପଞ୍ଚ ପ୍ରସନ୍ନ ବାରିକ ,ପ୍ରତାପକୁମାର ବେହେରା ,ଦୀନବନ୍ଧୁ ଦାଶ ,ଭ୍ରମର ଦାସ ,ପ୍ରଶାନ୍ତ ଦାସ,ବଂଶୀଧର ପଣ୍ଡା ,ଶ୍ୟାମାକାନ୍ତ ମହାପାତ୍ର ଓ କାଳୁଚରଣ ନାୟକ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ ।ସମାଜସେବୀ ଓଁ ପ୍ରକାଶ ବାହୁବଳେନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.