ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର

ବେଗୁନିଆ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ବେଗୁନିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରି ଫେରି ଯାଇଛନ୍ତି। ଆଜି ଜିଲାପାଳ ଶ୍ରୀ ମହାପାତ୍ର ବଡ଼ବେରେଣା ପଞ୍ଚାୟତର ଗୋବିନ୍ଦପୁର ଠାରେ ପହଞ୍ଚି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପି ଡବ୍ଲୁଡି ରାସ୍ତା ଗୋବିନ୍ଦପୁର ଠାରୁ ଚାଲିଥିବା ରାସ୍ତା କାର୍ଯ୍ୟର ତଦାରଖ କରିଥିଲେ।

 

ଉକ୍ତ ରାସ୍ତାର ମାଟି କାମ ସରିବା ପରେ ଭଲ ଭାବେ ମୋରମ ପକାଇ ରାସ୍ତା କାର୍ଯ୍ୟ କରିବା ପାଇଁ ବ୍ଲକ କର୍ମଚାରୀମାନଙ୍କୁ କହିଥିଲେ। ତା’ପରେ ଗୋବିନ୍ଦପୁର ପଞ୍ଚାୟତରେ ଚାଲିଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚାଲିଥିବା ରାସ୍ତା କାର୍ଯ୍ୟ ସହିତ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ। ପରିଚ୍ଛଳ ଡାକ୍ତରଖାନା ପରିଦର୍ଶନ କରି ସେ ଖୋର୍ଦ୍ଧା ଫେରିଯାଇଥିଲେ। ତାଙ୍କ ସହିତ ବେଗୁନିଆ ବିଡ଼ିଓ ଲଷ୍ମୀଧର ସାହୁ ,ସହକାରୀ ନିର୍ବାହୀ ଯନ୍ତ୍ରୀ ଉପେନ୍ଦ୍ର କୁମାର ନାୟକ କନିଷ୍ଠଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ ଏବଂ ଏପିଓ ଆଫ୍ରିନି ଜାଫରପ୍ରମୁଖ ଉପସ୍ଥିତ ରହି କ୍ଷେତ୍ର ପ୍ରଦର୍ଶନରେ ସାହାଯ୍ୟ କରିଥିଲେ।

Comments are closed.