ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ

ବେଗୁନିଆ: ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଆଜି ବେଗୁନିଆ ବ୍ଲକ ନିକଟସ୍ଥ ମିନି ଷ୍ଟାଡିୟମ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ବିଧାୟକ ରାଜେନ୍ଦ୍ରକୁମାର ସାହୁ, ପ୍ରଦୀପ କୁମାର ସାହୁ, ବିଜେଡି ବ୍ଲକ ସଭାପତି ଅନାଦି ସାହୁ, ଜିଲ୍ଲା ପରିଷଦ ସଭ୍ୟ ଅର୍ଜୁନ ପ୍ରଧାନ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଏବଂ ୨୧ଟି ପଞ୍ଚାୟତରୁ ମହିଳା, ଯୁବକ, ଛାତ୍ର ଏବଂ ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପରିଚାଳିତ ବିଭିନ୍ନ ଜନାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କର ଦୀର୍ଘ ଏବଂ ନିରାମୟ ଜୀବନ କାମନା କରିଥିଲେ।

Comments are closed.