ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ବେଗୁନିଆ: ବାଘମାରୀ ଥାନା ସିମୋର ପଞ୍ଚାୟତ ଅନ୍ତର୍ଗତ କଣ୍ଟାମଳିମ ଗ୍ରାମରେ ଗତକାଲି ରାତିରେ ପୋଖରୀକୁ ଶୌଚ ହେବାକୁ ଯାଇ ଗୋଡ ଖସିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସମ୍ପୃକ୍ତ ଗ୍ରାମର ମକର ମହାରଣା(୭୦)ଗତକାଲି ରାତିରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସାଙ୍ଗରେ ଗ୍ରାମ୍ୟ ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ତାଙ୍କର ଗୋଡ ଖସିଯାଇଥିଲା। ଫଳରେ ସେ ପାଣିରେ ବୁଡି ଯାଉଥିବା ସମୟରେ ତାଙ୍କ ସାଙ୍ଗରେ ଥିବା ସମ୍ପୃକ୍ତବ୍ୟକ୍ତି ଏବଂ ପରିବାର ଲୋକମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ।

 

ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ଏବଂ ଖୋର୍ଦ୍ଧା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଆଜି ବ୍ୟବଛେଦ ପରେ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ବାଘମାରୀ ଥାନାରେ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଏଏସଆଇ ପି.ସାହୁ ଘଟଣାର ତଦନ୍ତ କରୁଛନ୍ତି।

Comments are closed.