ଗାଁ କଲ୍ୟାଣ ସମିତି ଦ୍ୱାରା ସୃଷ୍ଟି ହେଲା କରୋନା ସଚେତନତା

ବେଗୁନିଆ: ବେଗୁନିଆ ବ୍ଲକ ସିକୋ ପଞ୍ଚାୟତ ଅଧୀନସ୍ଥ ଏକଡାଳିଆ ଗ୍ରାମର ଗାଁ କଲ୍ୟାଣ ସମିତି ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମିତି ପକ୍ଷରୁ ଗ୍ରାମର ପ୍ରତେକ ପରିବାରକୁ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମରେ ସିକୋ ସରପଞ୍ଚ ସୁରେଶକୁମାର ସାହୁ, ସମିତିସଭ୍ୟ ବେବେନ୍ଦ୍ର ରଣସିଂ ୱାର୍ଡସଭ୍ୟ ବିଚିତ୍ରାନନ୍ଦ ସୁବୁଦ୍ଧି, ପ୍ରଫୁଲ୍ଲ ପ୍ରଧାନ, କାର୍ତ୍ତିକ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ଗାଁ କଲ୍ୟାଣ ସମିତିର ସଭ୍ୟ ସତ୍ୟଭାମା ବେହେରା, ମନୁ ମହାରଣା, କୁନି ମହାରଣା, ଭାଗିରଥି ମହାପାତ୍ର, ଲଳିତା ବେହେରା, ମିନତୀ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ l ସ୍ଥାନୀୟ ସରପଞ୍ଚ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

Comments are closed.