ବିଭିନ୍ନ ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନ

ବେଗୁନିଆ: ମୁଖ୍ୟମନ୍ତ୍ରୀ ବେଗୁନିଆରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ଆଜି ବେଗୁନିଆ ବ୍ଲକର ଶଗଡ଼ଭଙ୍ଗା, ସିକୋ, ହଜ, ହୀରାପୁର ଏବଂ ବୋତଳମା ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିଧାୟକ ରାଜେନ୍ଦ୍ର କୁମାର ସାହୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ଏଥିପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବେଗୁନିଆ ବିଡ଼ିଓ ଲଷ୍ମୀଧର ସାହୁ, ବ୍ଲକ ଅଧ୍ୟକ୍ଷ।, ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ଏବଂ ସମିତିସଭ୍ୟଙ୍କ ଉପସ୍ଥିତିରେ ବିଏସକେୱାଇ କାର୍ଡ ବଣ୍ଟନ କରାଯାଇଥିଲା। ଏଥି ସହିତ ବିଧାୟକ ସିମୋର ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ।

Comments are closed.