ପର୍ଶୁରାମପୁରରେ ଓଡିଶା ପୃଷ୍ଟି ମହୋତ୍ସବ ଅନୁଷ୍ଠିତ

ବେଗୁନିଆ: ବେଗୁନିଆ ବ୍ଲକ ଡିଙ୍ଗର ଗ୍ରାମ ପଞ୍ଚାୟତ ଅଧିନସ୍ଥ ପର୍ଶୁରାମପୁର ପ୍ରାଥମିକ ବିଦ୍ୟାଳୟଠାରେ ଓଡିଶା ଜୀବିକା ମିଶନ ଓ ମହିଳା ଶିଶୁ ବିଭାଗ ଆନୁକୂଲ୍ୟରେ ପୃଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୧୦୦ ଜଣ ଯୋଗଦେଇ ପ୍ରାୟ ୪୦ ପ୍ରକାର ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ମୁଖ୍ୟ ଅତିଥି ଭାବେ ମାୟାଧର ବେହେରା, ସରପଞ୍ଚ ଶିବପ୍ରସାଦ ଦାସ, ସମାଜସେବୀ ଲଳିତ ନାରାୟଣ ନାଗ, ଗୋଷ୍ଠୀ ସହାୟିକା ଗୀତାଞ୍ଜଳି ମହାପାତ୍ର, କୃଷିମିତ୍ର ସୁକାନ୍ତି ସୁକାନ୍ତି ବେହେରା, ପ୍ରସାଦିନୀ ମହାପାତ୍ର, ଅଙ୍ଗନବାଡି କର୍ମୀ ସବିତା ରଥ, ଆଶା କର୍ମୀ ସଂଯୁକ୍ତା ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁଚାରୁ ରୁପେ ପରିଚାଳିତ କରିଥିଲେ।

Comments are closed.