ଆଇନା ତରଫରୁ ଭିନ୍ନକ୍ଷମ ଦିବସ ପାଳନ

ବେଗୁନିଆ: ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଆଇନା ଏନଜିଓ ତରଫରୁ ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଭିନ୍ନକ୍ଷମ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୯୦ ଜଣ ଭିନ୍ନକ୍ଷମ ବ୍ୟକ୍ତି ଏବଂ ଶିଶୁ ଉପସ୍ଥିତ ଥିଲେ।ଏହି ଉପଲକ୍ଷେ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମ୍ୟୁଜିକ ଚେୟାର, ସଙ୍ଗୀତ ଏବଂ ଚିତ୍ରାଙ୍କନ ଆଦି ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିଶୁମାନଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭିନ୍ନକ୍ଷମମାନଙ୍କୁ ସାହସର ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଉତ୍ସାହିତ କରାଯାଇଥିଲା। ଭିନ୍ନକ୍ଷମ ବ୍ୟକ୍ତିମାନେ ସମାଜ ଠାରୁ ଦୂରରେ ନରହି ଆଗକୁ ଆସି ସେମାନଙ୍କର ଦକ୍ଷତାକୁ ପରିପ୍ରକାଶ କରିବା ପାଇଁ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବେଗୁନିଆ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ରଞ୍ଜୁବାଳା ସାହୁ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ବେହେରା, ବ୍ଲକ ଅଧ୍ୟକ୍ଷ। ଜାନକୀ ସ୍ୱାଇଁ ଏବଂ ସରପଞ୍ଚ କୁମୁଦିନୀ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏନଜିଓର ପ୍ରୋଜେକ୍ଟ କୋଅର୍ଡିନେଟର ରୁପ୍ସା ମଜୁମଦାର, ବ୍ଲକ କୋଅର୍ଡିନେଟର ବିଜୟିନୀ ପଟେଲ, ମିଲେନିୟମ ଆଚାର୍ଯ୍ୟ, ଲିପ୍ସା ସାମନ୍ତରାୟ, ସୁଭସ୍ମିତା ବିଶ୍ୱାଳ ଏବଂ କପିଳ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ।

Comments are closed.