ବେଗୁନିଆରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ

ବେଗୁନିଆ:ବେଗୁନିଆରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜୟନ୍ତୀ ଶୁକ୍ରବାର ପାଳିତ ହୋଇ ଯାଇଛି। ସ୍ଥାନୀୟ ଗୋପବନ୍ଧୁ ଉଚ୍ଚବିଦ୍ୟାଳୟ ପରିସରରେ ସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ ସ୍ବରଚିତ ଶ୍ରଦ୍ଧା ସଂଗୀତ ଗାନ କରିଥିଲେ।
କାର୍ଯ୍ୟକ୍ରମରେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ରନାଥ ପାଣିଗ୍ରାହୀ, ବେଗୁନିଆର ପୂର୍ବତନ ସରପଞ୍ଚ ନବକିଶୋର ସ୍ୱାଇଁ, ନାଏବ ସରପଞ୍ଚ ପ୍ରସନ୍ନକୁମାର ବାରିକ, ଆଇନଜୀବୀ ପ୍ରଦୀପକୁମାର ମଙ୍ଗରାଜ, ସମାଜସେବୀ ରାଜକିଶୋର ସାହୁ, ଓମଜୟପ୍ରକାଶ ମିଶ୍ର, ଶିକ୍ଷକ ପ୍ରତାପକୁମାର ନିଶଙ୍କ, କର୍ମଚାରୀ ପ୍ରତାପକୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ତ୍ୟାଗ ଓ ଆଦର୍ଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବେଗୁନିଆ ବ୍ଲକ ‘ସମାଜ’ ପ୍ରତିନିଧି ବିବେକାନନ୍ଦ ମିଶ୍ରଙ୍କ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Comments are closed.