ଭୋଟଦାନ ପାଇଁ ସଚେତନତା ସୃଷ୍ଟି

ବେଗୁନିଆ: ବେଗୁନିଆ ମହାବିଦ୍ୟାଳୟ ସଭା ଗୃହରେ ଆଜି ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭୋଟର ସଚେତନତା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଏବିଡିଓ ମହେନ୍ଦ୍ରକୁମାର ଜେନା, ଜିପିଓ ଦେବାଶିଷ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।

 

ଅନଲାଇନ ଏବଂ ଅଫଲାଇନ ଭୋଟର ପଞ୍ଜୀକରଣ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସର କାର୍ତ୍ତିକ ଚରଣ ପୃଷ୍ଟି ଛାତ୍ରଛାତ୍ରୀମାନଙ୍କୁ ଜଣେ ଲେଖାଏଁ ଭୋଟର ହୋଇ ଭୋଟଦାନ ପାଇଁ ସଚେତନତା ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମକୁ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପଙ୍କଜକୁମାର କର, ଦାମୋଦର ସାହୁ ପରିଚାଳନା କରିଥିଲେ। କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ଯୁକ୍ତ ୨ ଏବଂ ଯୁକ୍ତ ୩ର ସମସ୍ତ ଛାତ୍ର ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ସୀମା ବେହେରା ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଅଭିଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ଜୟକୃଷ୍ଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.