ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ଦଳର ବୈଠକ 

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତୀର ଗ୍ରାମରେ ଥିବା ମା ରାମଚଣ୍ଡୀଙ୍କ ପୀଠରେ ଗତକାଲି ସନ୍ଧ୍ୟାରେ ଗୋପବନ୍ଧୁ ରଣସିଂହଙ୍କ ଆବାହକତ୍ୱରେ କଂଗ୍ରେସ କର୍ମୀ ମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଆସନ୍ତା ଫେବୃଆରୀ ମାସରେ ହେବାକୁ ଥିବା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ସଭାରେ ଲୋକନାଥ ହରିଚନ୍ଦନ ,ବାବୁଲି ପାଇକରାୟ ,ପ୍ରଶାନ୍ତ ପ୍ରଧାନ ଏବଂ କୁନା ନାୟକ ପ୍ରମୁଖ ଯୋଗ ଦେଇ କର୍ମୀ ମାନଙ୍କୁ ଉଦବୋଧନ ଦେବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳ ଯେପରି  ସଂଖ୍ୟା ଗରିଷ୍ଠତା ହାସଲ କରିବ ସେଥି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।

Comments are closed.