ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ବେଗୁନିଆ : ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବେଗୁନିଆ ବ୍ଲକ ସିକୋ ପଞ୍ଚାୟତର କଂଗ୍ରେସ କର୍ମୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ହୋଇଥିଲା ।ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଦୀପକୁମାର ସାହୁ ଯୋଗଦେଇ ୧୫ ଟି ୱାର୍ଡ ର ସଭ୍ୟ ସଭ୍ୟା ସରପଞ୍ଚ , ସମିତି ସଭ୍ୟ ପାଇଁ ଆଲୋଚନା କରାଯାଇଥିଲା ।
ବେଗୁନିଆ ବ୍ଲକ ଅଧିନସ୍ଥ ସିକୋ ଗ୍ରାମର ମା ଜାଗେଶ୍ୱରୀଙ୍କ ପୀଠରେ୩ ଦିନ ବ୍ୟାପି ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଯଜ୍ଞ କାର୍ଯ୍ୟ ରେ ବିଧି ମୁତାବକ କଳସଯାତ୍ରା,ଶାଳାମଣ୍ଡନ,ସୂର୍ଯ୍ୟପୂଜା, ଗୋପୂଜା ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ ,ପଣ୍ଡିତ ଜଗନ୍ନାଥ ମିଶ୍ର ଓ ଲଷ୍ମୀନାରାୟଣ ଆଚାର୍ଯ୍ୟ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ ।ସିକୋ ତଥା ଆଖ ପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Comments are closed.