ପଥର ମାଫିଆଙ୍କ ଦୌରାତ୍ମ୍ୟ ; ସିକୋ ଫାଣ୍ଡିରେ ପାୱାରଟିଲର

ବେଗୁନିଆ : ବେଗୁନିଆ ବ୍ଲକ ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡି ଅଞ୍ଚଳରେ ଥିବା ବହୁ ବେଆଇନ ପଥର ଖଣିରୁ ପଥର ମାଫିଆ ମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । କୃଷକ ମାନଙ୍କୁ ସରକାର ସବସିଡରେ ଦେଉଥିବା ପାୱାରଟିଲର କୃଷି କାର୍ୟ୍ୟରେ ନଲାଗି ପଥରକଟା କାର୍ୟ୍ୟରେ ଲାଗୁଥିବାର ଦେଖିବାକୁ ମିଳୁଛି । ଗତ ୧୭.୫.୨୦ରିଖରେ ସିକୋ ଫାଣ୍ଡି ଅଞ୍ଚଳରେ ଥିବା ବେଆଇନ ପଥରଖଣିରୁ ମାଙ୍କଡ଼ା ପଥର କଟାଯାଉଥିବାବେଳେ ତତ୍କାଳୀନ ଫାଣ୍ଡି ଅଧିକାରୀ ଦୁଇଟି ପାୱାରଟିଲର ଜବତ କରି ଫାଣ୍ଡି ଭିତରେ ରଖିଥିଲେ । ସବସିଡରେ ମିଳୁଥିବା ପାୱାର ଟିଲରର ଦାମ ପଥରକଟା ସମୟରେ ଧରାପଡିଲେ ସମ ପରିମାଣର ଜରିମାନା କଟା ଯାଉଥିବାରୁ ସମ୍ପୃକ୍ତ ମାଲିକ ପାୱାରଟିଲର ଦୁଇଟିକୁ ଜରିମାନା ଦେଇ ରିଲିଜ କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ ।
ଫଳରେ ଆଜିପର୍ୟ୍ୟନ୍ତ ପାୱାରଟିଲର ଦୁଇଟି ଫାଣ୍ଡି ଭିତରେ ଥିବାବେଳେ ଗତ ୨୭ ତାରିଖ ଦିନ ସେଥି ମଧ୍ୟରୁ ଗୋଟିଏ ପାୱାରଟିଲର ଯାଇ ଫାଣ୍ଡି ଆଗରେ ଥିବା ଗୋଟିଏ ଘରର ପାଚେରୀ ଭିତରେ ରଖାଯାଇଥବାର ଦେଖିବାକୁ ମିଳିଥିଲା । ଜଙ୍କିଆ ଥାନା ଅଧିକାରୀ ଭବାନୀଶଙ୍କର ଖୁଣ୍ଟିଆଙ୍କୁ ଏ ସଂକ୍ରାନ୍ତରେ ପଚାରିବାରେ ସେ ଏହି ଘଟଣା ମୋ ଜ୍ଞାତ ସାରରେ ନାହିଁ ,ମୁଁ ଫାଣ୍ଡି ଅଧିକାରୀଙ୍କୁ ପଚାରିକହୁଛି ବୋଲି କହିଥିଲେ । ଏହି ଘଟଣାକୁ ନେଇ ସାଧାରଣରେ ପୁଲିସ ପ୍ରତି ଅସନ୍ତୋଷ ସୃଷ୍ଟି ହୋଇଥିବା ନେଇ ଖବର ମିଳିଛି। ଉଚ୍ଚକର୍ତୃପକ୍ଷ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

Comments are closed.