ବେଗୁନିଆ ବ୍ଲକରେ ୩ଟି ହାଇସ୍କୁଲ ଶ୍ରେଷ୍ଠ ବିବେଚିତ

ବେଗୁନିଆ : ବେଗୁନିଆ ବ୍ଲକରେ ୩ଟି ହାଇସ୍କୁଲ କୁ ସରକାରଙ୍କ ନୀତିନିୟମ ଅନୁସାରେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି । ବେଗୁନିଆ ବ୍ଲକ ରେ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପ୍ରଥମ, ପଞ୍ଚାୟତ ହାଇସ୍କୁଲ ହଜ ଦ୍ୱିତୀୟ ଏବଂ ଜନତା ନୋଡାଲ ବିଦ୍ୟାପୀଠ ତୃତୀୟ ସ୍ଥାନ ସହ ଶ୍ରେଷ୍ଠ ବିଦ୍ୟାଳୟ ଭାବରେ ଏକ ଲକ୍ଷ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଛାତ୍ର ଅଚିନ୍ତ୍ୟ ଅମିତାଭ, ଅର୍ପିତା ସୁଭଦର୍ଶୀନି ସ୍ୱାଗତିକା ସାହୁ, ଓଡ଼ିଆ ଭାଷା ବୃତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତତ୍‌ସହିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୦ଜଣ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି ପାଇଛନ୍ତି । ବିଦ୍ୟାଳୟର ଏହି ସଫଳତାରେ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଅଭିବାବକ ଓ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି ।

Comments are closed.