ସରପଞ୍ଚ ପ୍ରାର୍ଥିନୀଙ୍କ ପୁଅକୁ ହତ୍ୟା ଧମକ ଦେବା ଅଭିଯୋଗରେ ଜଣେ ଗିରଫ

ବେଗୁନିଆ: ବେଗୁନିଆ ବ୍ଲକ ପଙ୍ଗାରସିଂହ ପଞ୍ଚାୟତରେ ସରପଞ୍ଚ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ଜଣେ ପ୍ରାର୍ଥିନୀଙ୍କ ପୁଅକୁ ହତ୍ୟା ଧମକ ଦେବା ଅଭିଯୋଗରେ ବାଘମାରୀ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୁରାଢ଼ିଲୋ ଗ୍ରାମର ଶ୍ରୀକାନ୍ତ ଜେନା ପ୍ରଚାରକୁ ନବହାରିବା ପାଇଁ ପ୍ରାର୍ଥିନୀଙ୍କ ପୁଅ ସୌମ୍ୟରଂଜନଙ୍କୁ ମନା କରିବା ସହିତ ପ୍ରଚାରକୁ ବାହାରିଲେ ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲା । ଏ ସଂକ୍ରାନ୍ତରେ ବାଘମାରୀ ଥାନାରେ ପ୍ରାର୍ଥିନୀଙ୍କ ପୁଅ ସୌମ୍ୟରଂଜନ ଜୟସିଂହ ଅଭିଯୋଗ କରିବା ପରେ ପୁଲିସ ଶ୍ରୀକାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.