ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରୁ ମୋଟ ୩୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଓଡିଶା ରକ୍ତଭଣ୍ଡାର ଖୋର୍ଦ୍ଧାର ଡାକ୍ତର ବିଷ୍ଣୁପ୍ରିୟା ସାହୁ, ଲାବଟେକ୍ନିସିଆନ ଅରୁଣ କୁମାର ସାହୁ, ଝୁନୁଲତା ସାହୁ ରକ୍ତ ସଂଗ୍ରହ କରିଥିବା ବେଳେ ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ବିଜୁଳି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ଶିବିରରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଶିଷ କୁମାର ବରିଶଲ,ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ, ଦକ୍ଷିଣ ମଣ୍ଡଳ ସଭାପତି ପୃଥ୍ବୀରାଜ ସାମନ୍ତସିଂହ, ଉପସଭାପତି ଦ୍ଵାରିକା ଚମ୍ପତି ଓ ଭୁବନେଶ୍ୱର ଏଚଡିଏଫସି କର୍ମଚାରୀ ଦିପ୍ତୀ ପ୍ରସାଦ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବରିଷ୍ଠ କାର୍ଯ୍ୟକର୍ତା ବିଷ୍ଣୁ ରଣସିଂହ,ନିରଞ୍ଜନ ରଣସିଂହ, ସୁଶାନ୍ତ ମାନସିଂହ,ସୁନିଲ କୁମାର ସୁନ୍ଦରାୟ, ଶ୍ରଵଣ ସାମନ୍ତସିଂହ, ଆଲୋକ କୁମାର ପାଇକରାୟ,ମନୋଜ ରଣସିଂହ, ପ୍ରଭାତ ରାଉତରାୟ, ସନ୍ତୋଷ କୁମାର ବେହେରା ଓ ଭାଗିରଥି ସ୍ୱାଇଁ ପ୍ରମୁଖ ଶିବିରରରେ ସହଯୋଗ କରିଥିଲେ ।

Comments are closed.