ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ,୩ ଗୁରୁତର

ବେଗୁନିଆ -ବେଗୁନିଆ ଥାନା ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ଆଗରେ ଶୁକ୍ରବାର ରାତି ୯ଟା ସମୟରେ ଦୁଇଟି ବାଇକ ମଧ୍ୟରେ ଦୁର୍ଘଟଣା ଘଟି ୩ ଜଣ ଆହତ ହୋଇଥିବାର ଜଣାପଡିଛି । ସେମାନଙ୍କୁ ବେଗୁନିଆ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରି ଖୋର୍ଦ୍ଧା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ସୁରେନ୍ଦ୍ର ପୃଷ୍ଟି ନାମକ ବ୍ୟକ୍ତି ଶ୍ବଶୁର ଘରକୁ ଯାଉଥିବାବେଳେ ବେଗୁନିଆ ପ୍ରାଣୀ ଚିକିତ୍ସାଳୟ ରାସ୍ତାରୁ ମୁଖ୍ୟ ରାସ୍ତାକୁ ଆସୁଥିଲେ । ଏହି ସମୟରେ କୁଶପଲ୍ଲା ଗ୍ରାମର ଲିପୁ ନାୟକ ଏବଂ ଅକ୍ଷୟ ନାୟକଙ୍କ ବାଇକ ସହ ତାଙ୍କର ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ୩ ଜଣ ଯାକ ରାସ୍ତା ଉପରେ ଛିଟିକି ପଡିଥିଲେ ।

ଲୋକଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଆହତମାନଙ୍କ ମଧ୍ୟରେ ସୁରେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନଥିବା ସୂଚନା ମିଳିଛି ।

Comments are closed.