‘ଆମ ପୋଲିସ’ କାର୍ୟ୍ୟକ୍ରମରେ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ

ବେଗୁନିଆ: ‘ଆମ ପୋଲିସ’ କାର୍ୟ୍ୟକ୍ରମରେ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟପତ୍ର ପ୍ରଦାନ । ଜିଲ୍ଲା ପୋଲିସ ପ୍ରଶାସନ ଏବଂ ବେଗୁନିଆ ଥାନା ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବେଗୁନିଆ ଥାନା ପରିସରରେ ଆମ ପୋଲିସ କାର୍ୟ୍ୟକ୍ରମ ହୋଇଥିବା ବେଳେ, ଏଥିରେ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀପ୍ରସାଦ ଶତପଥୀ ତତ୍ୱାବଧାନ କରିଥିଲେ । ଏଥିରେ ବୋଲଗଡ଼ ବ୍ଲକ ପିଚୁକୁଳି ଯୋନର ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ବ୍ଲକର ୭ ଟି ପଞ୍ଚାୟତ ବେଗୁନିଆ ଥାନା ଅଧୀନରେ ରହିଛି । ଅନୁଷ୍ଠାନର ସଭାପତି ଶିକ୍ଷାବିତ ଗୋପୀନାଥ ଖାଡଙ୍ଗା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଖୋର୍ଦ୍ଧା ଏସ ଡି ପି ଓ ସୁଶୀଳକୁମାର ମିଶ୍ର ମୁଖ୍ୟ ଅତିଥି ,ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ଅନୁଷ୍ଠାନର ସମ୍ପାଦକ ଶିକ୍ଷାବିତ ବାଲ୍ମୀକି ବଳିଆରସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ଶ୍ରୀକାନ୍ତ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ । ଭାନୁପ୍ରଭା ପଲେଇ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଆଜି ଅତିଥି ମାନଙ୍କ ଦ୍ୱାରା ୪୭ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ପାଇଁ ଥିବାବେଳେ ୩୬ ଜଣଙ୍କୁ ପ୍ରଦାନ କରାଯାଇଛି ।

ବରିଷ୍ଠ ନାଗରିକମାନେ ପ୍ରଥମେ ବେଗୁନିଆ ଥାନା ଅଧିକାରୀ ଏବଂ ଏସଡିପିଓଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଶାସନ ତରଫରୁ ଏହି ପରିଚୟ ପତ୍ର ପ୍ରଦାନ ଦ୍ୱାରା ବରିଷ୍ଠ ନାଗରିକମାନେ ସରକାରଙ୍କର ବିଭିନ୍ନ ସ୍ଥାନରେ ମିଳୁଥିବା ସୁବିଧା ସୁଯୋଗ ପାଇପାରିବେ ବୋଲି ଏସ ଡି ପି ଓ ଏବଂ ବେଗୁନିଆ ଥାନା ଅଧିକାରୀ କହିଥିଲେ ।ପୋଲିସ ମଧ୍ୟ ବିଭିନ୍ନ କ୍ଷେତ୍ରରେ ବରିଷ୍ଠ ନାଗରିକ ମାନଙ୍କର ସହଯୋଗ ପାଇପାରିବ ବୋଲି ଆଶା ପ୍ରକାଶ କରିଥିଲେ । ଗତ ୨ବର୍ଷ ତଳୁ ଏହି ପରିଚୟ ପତ୍ର ପାଇବା ପାଇଁ ବରିଷ୍ଠ ନାଗରିକ ମାନେ ଆଶା ବାନ୍ଧି ବସିଥିବାବେଳେ ବେଗୁନିଆ ଥାନା ଅଧିକାରୀଙ୍କ ଉଦ୍ୟମ ଯୋଗୁଁ ସେ ଆସିବାର ଖୁବ କମ ଦିନରେ ଏହି ପରିଚୟ ପତ୍ର ପ୍ରଦାନ କରିଥିବାରୁ ସମସ୍ତେ ତାଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ ।ଏହାପରେ ବେଗୁନିଆ ରେ ଥିବା ବରିଷ୍ଠ ନାଗରିକ ମାନଙ୍କୁ ପରିଚୟପତ୍ର ପ୍ରଦାନ କରିବା କ୍ଷେତ୍ରରେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଏସ ଡି ପି ଓ ବେଗୁନିଆ ଥାନା ଅଧିକାରୀଙ୍କୁ ଅନୁରୋଧ କରିଥିଲ ।ଶେଷରେ ଶିକ୍ଷାବିତ ବାଲ୍ମୀକି ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.