ସିକୋ ଗ୍ରାମପଞ୍ଚାୟତର ବିଭିନ୍ନ ଜାଗାରେ କରୋନା ସଚେତନତା କାର୍ଯ୍ୟକ୍ରମ

ବେଗୁନିଆ : ବେଗୁନିଆ ବ୍ଲକ ସିକୋ ଗ୍ରାମପଞ୍ଚାୟତ ଚନ୍ଦ୍ରଶେଖରପୁର ମୌଜ଼ାରେ ଗାଁ କଲ୍ୟାଣ ସମିତି ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସମ୍ପୃକ୍ତ ମୌଜାରେ ଥିବା ପ୍ରତେକ ପରିବାରକୁ ମାସ୍କ, ସାବୁନ ଓ  ସାନିଟାଇଜର ଆଦି ବଣ୍ଟନ କରାଯାଇଥିଲା l ସିକୋ ସରପଞ୍ଚ ସୁରେଶ ସାହୁ ସମିତିସଭ୍ୟ ଦେବେନ୍ଦ୍ର ରଣସିଙ୍ଗ, ୱାର୍ଡ ସଭ୍ୟା ଜ୍ୟୋତ୍ସ୍ନା ରାଣୀ ବାରିକ, ପ୍ରସନ ପ୍ରଧାନ, ବବି ସାହୁ, କୈଳାଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ l ଗାଁ କଲ୍ୟାଣ ସମିତିର ସଭ୍ୟା ରଶ୍ମିବାଳା ନନ୍ଦ, ସଂଯୁବଲା ବାରିକ, ସରୋଜିନୀ ନାୟକ, ସବିତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ସେହିପରି ସିକୋ ମୌଜାରେ ମଧ୍ୟ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ସିକୋ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ ଅଶୋକ କୁମାର ରାଉତରାୟ, ପୂର୍ବତନ ପ୍ରଧାନ ଶିକ୍ଷକ ଯୋଗେଶ୍ୱର ଛୋଟରାୟ ସାଧୁଚରଣ ଚମ୍ପତି, ୱାର୍ଡ ସଭ୍ୟା ସନ୍ଧ୍ୟା ରାଣୀ ଚମ୍ପତି, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଗାଁ କଲ୍ୟାଣ ସମିତିର ସଭ୍ୟା ହରପ୍ରିୟା ମଙ୍ଗରାଜ, ବସନ୍ତ ମଞ୍ଜରୀ ମଙ୍ଗରାଜ, କନକଲତା ମାଝୀ, ସୁନ୍ଦରୀ ମଣି ପ୍ରଧାନ, ଜ୍ୟୋତ୍ସ୍ନା ସିଂ, ସୁହାସିନୀ ଗୁମାନସିଂ ପରିଚାଳନା କରିଥିବାବେଳେ ବେଲ ପଡ଼ା ମୌଜାରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସିକୋ ସରପଞ୍ଚ ,ସମିତି ଅଙ୍ଗନବାଡି କର୍ମଚାରୀ ୱାର୍ଡ ମେମ୍ବର, ଓ ସିକୋ ଗ୍ରାମର ସଭାପତି ଅଶୋକ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

Comments are closed.