ହାତୀ ଉପଦ୍ରଵ, ନଷ୍ଟ କଲେ ଧାନ ଫସଲ 

ବେଗୁନିଆ : ବେଗୁନିଆ ବ୍ଲକ ଦେଉଳି ପଂଚାୟତ  ଅନ୍ତର୍ଗତ ଦଲକ ଗ୍ରାମରେ ଗତକାଲି ରାତିରେ ସାତଟି ହାତୀ ପଶି ଚାଷୀମାନଙ୍କର ଧାନ କ୍ଷେତ ଖାଇବା ସହ ଦଳି ଚକଟି ନଷ୍ଟ କରି ଦେଇଛନ୍ତି। ଗ୍ରାମର ଲୋକମାନେ ଏକତ୍ରିତ ହୋଇ ଗୋଡ଼ା ରାସ୍ତାରେ ୬ଟି ହାତୀଙ୍କୁ ଜଗିଦେବାବେଳେ ଅନ୍ୟ ଏକ ଦନ୍ତା ହାତୀ ଧାନ କ୍ଷେତରେ ପଶି ନଷ୍ଟ କରିଥିଲା। ଲୋକମାନେ ତାକୁ ଘଉଡାଇବା ପାଇଁ ରାତିସାରା ଲହୁ ଲୁହାଣ ହୋଇଥିଲେ l ଗ୍ରାମର ଗୋପୀନାଥ ଶ୍ରୀଚନ୍ଦନ, ମୀନକେତନ ଶ୍ରୀଚନ୍ଦନ, ନାରଣ ଜେନା ଏବଂ ଭାଗୁ ସାମନ୍ତରାୟଙ୍କ ବିଲରେ ହାତୀ ପଶି ପାଚିଲା ଧାନ କ୍ଷେତକୁ ନଷ୍ଟ କରିଦେଇଥିବାବେଳେ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଗତକାଲି ରାତିରେ ଲୋକମାନେ ଜଙ୍ଗଲ ବିଭାଗ କର୍ମଚାରୀମାନଙ୍କୁ ଫୋନ କରିବା ପରେ ତିନି ଜଣ କର୍ମଚାରୀ ଘଟଣାସ୍ଥଳକୁ ଆସି ଲୋକମାନଙ୍କ ସହ ମିଶି ଟର୍ଚ୍ଚ ମାରି ବାଣ ଫୁଟାଇ ଚାରି ଘଣ୍ଟା ପରିଶ୍ରମ କରି ହାତୀଙ୍କୁ ଘଉଡାଇବାରେ ସକ୍ଷ୍ୟମ ହୋଇଥିଲେ l ଆବଶ୍ୟକ ସଂକ୍ଷକ କର୍ମଚାରୀ ନଥିବା ଯୋଗୁଁ ଲୋକମାନଙ୍କ ଆଗରେ କର୍ମଚାରୀମାନେ ନିଜକୁ ଅସହାୟ ମଣିଥିଲେ।

Comments are closed.