ବେଗୁନିଆରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

ବେଗୁନିଆ: ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା ଖୋର୍ଦ୍ଧା ଜିଲ୍ଲାରେ ଥିବା ବିଭିନ୍ନ ଥାନା ନିରୀକ୍ଷକଙ୍କର ଅଦଳ ବଦଳ କରିଛନ୍ତି। ଭୁବନେଶ୍ୱର ୟୁପିଡିରେ କାର୍ୟ୍ୟରତ ଥିବା ଲଷ୍ମୀପ୍ରସାଦ ଶତପଥି ଇତି ମଧ୍ୟରେ ବେଗୁନିଆ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି । ସେ ଏଠାରେ ଯୋଗଦେବା ପରେ ବେଗୁନିଆ ଥାନା ଅଂଚଳରେ କିଭଳି ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ସହିତ ଲୋକମାନଙ୍କୁ ନ୍ୟାୟ ପାଇବା ପାଇଁ ଥାନାକୁ ଯେପରି ବାରମ୍ବାର ଧାଇଁବାକୁ ନ ପଡିବ ସେଥିପ୍ରତି ସେ ବିଶେଷ ଗୁରୁତ୍ୱ ଦେବେବୋଲି ‘ସମାଜ’କୁ କହିଛନ୍ତି ।

ଏଠାରେ କାର୍ୟ୍ୟରତ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କର ବାଣପୁର ଥାନାକୁ ବଦଳି ହୋଇଛି । ସେହିପରି ବାଘମାରୀ ଥାନାରେ ଅର୍ଚ୍ଚନା ମଲ୍ଲିକ ଥାନା ଅଧିକାରୀ ଭାବେ ଯୋଗ ଦେଇ ଥାନା ଅଂଚଳରେ କିପରି ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇପାରିବ ତା ଉପରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ଅଂଚଳରେ ଲଘୁ ଖଣିଜ ପଦାର୍ଥର ଚୋରା ଚାଲାଣ କ୍ଷେତ୍ରରେ ରାଜନୈତିକ ବ୍ୟକ୍ତିଙ୍କ ହସ୍ତକ୍ଷେପ ଏବଂ ନିଶାଦ୍ରବ୍ୟ କାରବାର ଓ ବର୍ତମାନ କୋଭିଡ ପରିଚାଳନା ନୂଆ ଥାନା ଅଧିକାରୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।

Comments are closed.