ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତ ଦେହ – ଆତ୍ମହତ୍ୟା କରିଥିବା ସନ୍ଦେହ

ବେଗୁନିଆ (ସ.ପ୍ର)-ବେଗୁନିଆ ଥାନା ଅନ୍ତର୍ଗତ ଚଣ୍ଡିଆପଲା-ଡିଙ୍ଗର କାଜୁ ବଗିଚା ମଝିରେ ଥିବା ରାସ୍ତାରେ ଏକ ଲଙ୍କାଆମ୍ବ ଗଛରେ ଜଣେ ଯୁବକ ନିଜ ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ଯୁବକ ଜଣଙ୍କର ପରିଚୟ ମିଳିପାରିନାହିଁ ।ତାଙ୍କର ବୟସ ୩୦ ପାଖା ପାଖି ହେବ ।

ସେ କଳା ରଙ୍ଗର ଏକ ଟି ସାର୍ଟ ଏବଂ ଫିକା ବ୍ଲୁ ରଙ୍ଗର ଏକ ଜିନ ପ୍ୟାଣ୍ଟ ପିନ୍ଧିଛନ୍ତି । ଅଣ୍ଟାରେ ନାଲି ସୂତା ରେ ଏକ ଡେଉଁରିଆ ଏବଂ ହନୁମାନ ତାବିଜ ପିନ୍ଧିଛନ୍ତି ।ବେଗୁନିଆ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିବାବେଳେ ତାଙ୍କର ପରିଚୟ ପାଇ ପାରି ନାହିଁ ।

ସେ ବାହାର ଅଞ୍ଚଳ ର ବୋଲି ସନ୍ଦେହ କରାଯାଉଛି । ଆତ୍ମହତ୍ୟା କରିଥିବା ସ୍ଥାନରୁ ପୋଲିସ ଗୋଟିଏ ଛୋଟ ଲୁହା ପାଇପ ଜବତ କରିଛି । ବେଗୁନିଆ ପୋଲିସ ୨୩/୨୧ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.