କାର ଧକ୍କା ରେ ୨ ଜଣ ଆହତ

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ବାମଡିହ ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ କାର ଧକ୍କା ରେ ଦୁଇଜଣ ମଟର ସାଇକଲ ଆରୋହି ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କର ପରିଚୟ ମିଳିନାହିଁ ।ନୟାଗଡ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ମାରୁତି କାର ସମୃକ୍ତ ସ୍ଥାନରେ ସାମନା ପଟୁ ଏକ ବୁଲେଟରେ ଆସୁଥିବା ଦୁଇଜଣଙ୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ଏକ ବୋଲେରକୁ ଧକ୍କା ଦେଇଥିଲା ।ଏହି ଦୁର୍ଘଟଣାରେ କାର ଟି ଭାଙ୍ଗି ରୁଜି ଯାଇଥିବାବେଳେ ବୁଲେଟ ଆରୋହି ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଡାକ୍ତରଖାନାକୁ ନିଆଯାଇଛି। ବେଗୁନିଆ ଥାନା ଏ ଏସ ଆଇ ଗଜେନ୍ଦ୍ର ଜେନା ଘଟଣାସ୍ଥଳରେ ପହଞ୍ଚି କାର ଏବଂ ମଟର ସାଇକଲକୁ ଜବତ କରି ଥାନାକୁ ଆଣିଛନ୍ତି।

Comments are closed.