ଶୋଇବା ପୂର୍ବରୁ କରନ୍ତୁ ଏହି କାମ

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ସକାଳୁ ଉଠିବା ପରେ ୧ ଗିଲାସ ଗରମ ପାଣି ପିଇଲେ ତାହାର ଅନେକ ଉତ୍ତମ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ସକାଳ-ସନ୍ଧ୍ୟାରେ ଦୁଇଥର ଗରମ ପାଣି ପିଇବା ଦ୍ବାରା ଅନେକ ଦୁରାରୋଗ୍ୟ ବ୍ୟାଧିରୁ ମଧ୍ୟ ରକ୍ଷା ମିଳେ। ବିଭିନ୍ନ ପରୀକ୍ଷାରୁ ପ୍ରକାଶିତ ଯେ ଶୋଇବାର ୧୫ ମିନିଟ୍ ପୂର୍ବରୁ ଗରମ ପାଣି ପିଇବା ମଧ୍ୟ ଖୁବ୍ ଉପକାରୀ।

– ଏପରି କଲେ ମାନସିକ ଚାପ ଓ ରକ୍ତଚାପ ନିୟନ୍ତ୍ରଣ ହେବା ସହ ଭଲ ନିଦ ହୋଇଥାଏ।

– ଶୋଇବା ପୂର୍ବରୁ ଗରମ ପାଣି ୧ ଗିଲାସ ପିଇଲେ ଶରୀରରୁ ସମସ୍ତ ଟକ୍ସିନ୍ ବାହାରିଯିବା ସହ ଚର୍ବି ଜମେନାହିଁ।

– ନିୟମିତ ଆଣ୍ଠୁଗଣ୍ଠି ବିନ୍ଧା କିମ୍ବା ଅଣ୍ଟା ବିନ୍ଧା ରୋଗୀ ମଧ୍ୟ ଏହି ପାନୀୟ ଶୋଇବା ପୂର୍ବରୁ ପିଇଲେ ରକ୍ଷା ପାଇପାରିବେ।

– ଗଳାର ଦରଜ କିମ୍ବା ଥଣ୍ଡା, ସର୍ଦି ହୋଇଥିଲେ, ଗରମ ପାଣି ପିଇଲେ ଶରୀରକୁ ଆରାମ ମିଳେ।

– କୋଷ୍ଠକାଠିନ୍ୟ ରୋଗୀ ଓ ଅର୍ଶ ରୋଗୀ ପ୍ରତ୍ୟହ ଶୋଇବା ପୂର୍ବରୁ ଗରମ ପାଣି ପିଇବା ଖୁବ୍ ଉପକାରୀ ବୋଲି ବିଶେଷଜ୍ଞଙ୍କ ମତ।

– ମେଦବହୁଳ ରୋଗୀ ନିଜ ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ଶୋଇବା ପୂର୍ବରୁ ଗରମ ପାଣି ଆବଶ୍ୟକ। ୧ମାସ ମଧ୍ୟରେ ସେମାନଙ୍କ ଓଜନ ନିୟନ୍ତ୍ରିତ ହୋଇଥାଏ।

Comments are closed.