ନୂଆଖାଇ ପୂର୍ବରୁ ଆରମ୍ଭ ହେଲା ଦେବାଦେବୀଙ୍କ ପୀଠରେ ଶିଶା ଚଢା ପର୍ବ

ରେଙ୍ଗାଲି: ରବିବାର ୨୩ ତାରିଖ ପଶ୍ଚିମ ଓଡିଶାର ପ୍ରାଚୀନ ଗଣପର୍ବ ନୂଆଖାଇ ଉପଲକ୍ଷେ ରେଙ୍ଗାଲିର ସମସ୍ତ ପୁରପଲ୍ଲୀମାନଙ୍କରେ ଥିବା ଦେବାଦେବୀ ପୀଠମାନଙ୍କରେ ଗ୍ରାମର ଦେହେରୀ/ଝାଙ୍କରମାନେ ଶିଶା ଅର୍ଥାତ୍‍ ନୂଆ ଧାନ ସମର୍ପଣ ପ୍ରକ୍ରିୟା ଆରମ୍ଭ କରିଦେଇଥିବାର ଦେଖିବାକୁ ମିଳୁଛି। ଗ୍ରାମ୍ୟ ଦେବୀ ଦେବତାମାନଙ୍କୁ ବିଧିମତେ ପୂଜା ଅର୍ଚ୍ଚନା କରି କ୍ଷୀର ଢାଳିବା ପରେ ନୂଆ ଧାନ କେଣ୍ଡା ଦେବୀ ଦେବତାଙ୍କୁ ସମର୍ପଣ କରଯାଇଛି।

ଏହି ପ୍ରକ୍ରିୟାକୁ ଶିଶା ଚଢା ପର୍ବ ବୋଲି କୁହାଯାଏ। ଦେବୀଦେବତାମାନଙ୍କୁ ନୂଆଧାନର ଶିଶା ସମର୍ପଣ କଲା ପରେ ଗାଁର ଦେହେରୀ ଗ୍ରାମର ପ୍ରତ୍ୟକ ଘରକୁ ଘର ଯାଇ ଚଉକାଠରେ ନୂଆଧାନର ଶିଶା ଝୁଲାଇବା ବିଧି ଆବହମାନ କାଳରୁ ପ୍ରଚଳିତ ହୋଇଆସୁଛି।

Comments are closed.