ଜାଣିଛନ୍ତି କି ; ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ବିଟ୍ ପତ୍ର

ବିଟ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ସଭିଏଁ ଜାଣନ୍ତି। ମାତ୍ର ଏହା ପତ୍ରର ସ୍ୱାସ୍ଥ୍ୟ ଉପକାରୀ କି କି ଗୁଣ ରହିଛି ସେ ବିଷୟରେ ଜାଣିଛନ୍ତି କି ? ଏହା ଉତମ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ…….
୧- ବିଟ୍ ରେ ଭିଟାମିନ ଏ ଅଧିକ ଥିବାରୁ ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
୨- ଏଥିରେ ଥିବା କ୍ୟାଲସିୟମ ହାଡ଼କୁ ମଜଭୂତ କରିଥାଏ।
୩- ବିଟ୍ ପତ୍ରର ଜୁସ ପ୍ରସ୍ତୁତ କରି ପିଇବା ଦ୍ୱାରା ଶରୀରରେ ଭିଟାମିନ ସି ର ଅଭାବ ହୋଇନଥାଏ।
୪-ଗର୍ଭବତୀ ମହିଳାମାନେ ଏହାର ସେବନ କରିବା ମଧ୍ୟ ଲାଭଦାୟକ।
୫- ଏହା ଭିଟାମିନ କେର ଅଭାବ ମଧ୍ୟ ପୂରଣ କରିଥାଏ।
୬-ଏଥିରେ ପ୍ରଚୁର ପରିମାଣରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
୭- ଏହାକୁ ସେବନ କରିବା ଦ୍ୱାରା ତ୍ୱଚାର ଚମକ ମଧ୍ୟ ବୃଦ୍ଧି ପାଇଥାଏ।

Comments are closed.