ନୂଆଦିଲ୍ଲୀ: ଲକ୍ଡ଼ାଉନ ବେଳେ ମଦକୁ ନେଇ ଯାବତୀୟ ହଇଚଇ । ମଦୁଆମାନେ ଚୋରାରେ ମଦ କିଣିବାକୁ ବ୍ୟାକୁଳ । ଚୋରା ବେପାରୀ ବି ଏହାର ଫାଇଦା ଉଠାଉଛନ୍ତି । ମାତ୍ର ଦିଲ୍ଲୀରେ କିଛି କ୍ଷୁଦ୍ର ବିୟର ପ୍ଲାଣ୍ଟର ମାଲିକମାନେ ଲକ୍ଷାଧିକ ଲିଟର ବିୟର ନାଳରେ ଭସାଇ ଦେଇଥିବା ଖବର ମିଳିଛି । ବଟଲିଂ ହେବାରେ ବିଳମ୍ବ ଓ ସଂରକ୍ଷିତ କରି ରଖିବାର ସୁବିଧା ନ ଥିବାରୁ ଏହାକୁ ନାଳକୁ ଛାଡ଼ି ଦିଆଯାଇଥିବା କୁହାଯାଉଛି । ନିୟମ ଅନୁସାରେ ଧାର୍ଯ୍ୟ ସମୟ ମଧ୍ୟରେ ବିୟରକୁ ବଟଲିଂ କରିବାର ବିଧି ରହିଛି । ଏହା ନ ହେଲେ ତାହା ଖରାପ ହୋଇଯିବାର ଆଶଙ୍କା ଅଛି । ଏହା ସହ ଏହାର ବିକ୍ରି ଅବଧି ମଧ୍ୟ ରହିଛି । ଏହି ଅବଧି ମଧ୍ୟରେ ବିକ୍ରି ହୋଇ ନ ପାରିଲେ ତାହା ପାଇଁ ତଣ୍ଡ ଗଣିବାର ମଧ୍ୟ ସମ୍ଭାବନା ଅଛି । ଏହି କାରଣରୁ ବିୟର ପ୍ରସ୍ତୁତକାରୀ ସଂସ୍ଥା (ମାଇକ୍ରୋ ବିୟର କମ୍ପାନୀ) ଏହାକୁ ନାଳରେ ବୁହାଇ ଦେଇଛନ୍ତି ।

Comments are closed.