ବେଦୁଙ୍କ ପ୍ରତି ଅନ୍ୟାୟ ହୋଇଛି ; ବିଜୟ

ଭୁବନେଶ୍ବର : ବେଦ ପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ଶୋକ ପ୍ରକାଶ କରି ବେଦୁଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ପାଟକୁରାର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର କହିଛନ୍ତି । ଗତ ୩ ମାସ ଧରି ବେଦ ପ୍ରକାଶ ଚିକିତ୍ସାଧୀନ ଥିଲେ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସେ ଶଯ୍ୟାଶାୟୀ ଥିଲେ । ଯେଉଁମାନେ ତାଙ୍କୁ ଠିଆ କରାଇଥିଲେ, ସେମାନେ ତାଙ୍କ ପ୍ରତି ଅନ୍ୟାୟ କରିଥିଲେ । ତାଙ୍କ ପ୍ରତି ଠିକ୍ ନ୍ୟାୟ କରାଯାଇନାହିଁ ବୋଲି ମୋର ମନେ ହେଉଛି । ତାଙ୍କ ପରଲୋକରେ ମୁଁ ବ୍ୟକ୍ତିଗତ ଭାବେ ମର୍ମାହତ ବୋଲି ବିଜୟ ମହାପାତ୍ର କହିଛନ୍ତି ।

Comments are closed.