ହାତ ଓ ତ୍ୱଚା ପାଇଁ ଖିରକୁ ଏପରି ଉପାୟରେ କରନ୍ତୁ ବ୍ୟବହାର

ହାତ ଓ ଗୋଡ଼ର ରଙ୍ଗ ଗୋରା ପାଇଁ ଖିର ଓ ଗୋଟା ଲୁଣର ବ୍ୟବହାର କରନ୍ତୁ। ଏହାକୁ ପ୍ରସ୍ତୁତ କରିବା ପାଇଁ ୧ ଚାମଚରୁ କମ ଲୁଣରେ କିଛି କଞ୍ଚା ଖିର ମିଶାନ୍ତୁ। ନିଜ ଇଚ୍ଛା ଅନୁଯାୟୀ ଏଥିରେ ଆପଣ ଏକ ଚାମଚ ମହୁ ମଧ୍ୟ ମିଶାଇ ପାରିବେ। ଏହାକୁ ଆପଣ ହାତ ଗୋଡ଼, ବେକ ଆଦି ସ୍ଥାନରେ ଲଗାଇ କିଛି ସମୟ ମାଲିସ କରନ୍ତୁ ଓ ପରେ ଧୋଇ ଦିଅନ୍ତୁ। ଏପରି ନିୟମିତ କରିବା ଦ୍ୱାରା ହାତ, ଗୋଡ଼ର କୋମଳ ହେବା ସହ ରଙ୍ଗ ଗୋରା ହୋଇଥାଏ।
କମଳା ଚୋପାକୁ ଶୁଖାଇ ଗୁଣ୍ଡ କରି ଏଥିରେ କିଛି ଖିର ମିଶାନ୍ତୁ। ଏହି ପେଷ୍ଟକୁ ହାତ ଓ ଗୋଡ଼ରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ହାତ ଓ ଗୋଡ଼ର ରଙ୍ଗ ଗୋରା ହୋଇଥାଏ।
୨ ଚାମଚ ଚନ୍ଦନ ପାଉଡ଼ରରେ ଟମାଟର, କାକୁଡ଼ି, ଲେମ୍ବୁର ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ହାତ ଓ ଗୋଡ଼ରେ ଲଗାଇ ୧୫ ମିନିଟ ରଖନ୍ତୁ। ୧୫ ମିନିଟ ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏହାକୁ ବ୍ୟବହାର କଲେ ନିଜେ ଏହାର ଚମତ୍କାର ଅନୁଭବ କରିବେ।
ସପ୍ତାହକୁ ୨ଥର ଦହିରେ ମହୁ ମିଶାଇ ଏହାକୁ ହାତ ଓ ଗୋଡ଼ରେ ଲଗାନ୍ତୁ। ଦହି ଓ ମହୁର ମିଶ୍ରଣକୁ ହାତରେ ଲଗାଇ ୧୫ ମିନିଟ ରଖନ୍ତୁ। ଏହା ପରେ ଗାଧାନ୍ତୁ। ଏହା ହାତ ଓ ଗୋଡ଼ର ରଙ୍ଗକୁ ଖୁବ ଗୋରା କରିଥାଏ।
କଦଳୀକୁ ଚକଟି ଏଥିରେ ଖିର ମିଶାନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ। ଯେଉଁ ସମୟରେ ଏହା ଭଲ ଭାବେ ଶୁଖିଯିବ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ରୁ ୩ଥର ଏହାକୁ ବ୍ୟବହାର କଲେ ମୁହଁ କୋମଳ ଓ ଗୋରା ହୋଇଥାଏ।
– ବେସନରେ ଖିର, ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ପରେ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।

Comments are closed.