ସୌନ୍ଦର୍ଯ୍ୟ ଚର୍ଚ୍ଚା ନିମନ୍ତେ ଉପାୟ

କଳା ଦାଗ, ବ୍ରଣ, ତ୍ବଚାରେ ଭାଙ୍ଗ ଇତ୍ୟାଦିରୁ ରକ୍ଷା ପାଇବାକୁ ଚାହୁଁଥିଲେ, ଯୁବତୀ ଓ ମହିଳାମାନେ ନିୟମିତ ଘରୋଇ ଉପଚାର କରିବା ଉଚିତ।

– ଦିନର ଆରମ୍ଭ ଲେମ୍ବୁ ପାଣି ପିଇବାରେ କରିବା ଉଚିତ।
– କଞ୍ଚା କ୍ଷୀରରେ ଲୁଣ ମିଶାଇ ତୁଳାରେ ତ୍ବଚାକୁ ପୋଛିବା ଆବଶ୍ୟକ। ଏହି ଉପାୟରେ ସମସ୍ତ ଅପରିଷ୍କାର ଦୂର ହୋଇଥାଏ।
– ଲେମ୍ବୁ ରସରେ ବେସନ ଅଳ୍ପ ମିଶାଇ ପ୍ୟାକ୍ ଭଳି ମୁହଁ, ହାତ ଓ ଗୋଡ଼ରେ ଲଗାଇ ୧୫ ମିନିଟ୍ ପରେ ଧୋଇନେବେ।
– ଟମାଟୋ ରସରେ ମହୁ ମିଶାଇ ମୁହଁରେ ପ୍ୟାକ୍ ଭଳି ଲଗାନ୍ତୁ। ୨୦ ମିନିଟ୍ ପରେ ନଖ ଉଷୁମ ପାଣିରେ ତ୍ବଚାକୁ ଭଲଭାବେ ଧୋଇ ନିଅନ୍ତୁ।

Comments are closed.