ସୌନ୍ଦର୍ଯ୍ୟ ବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ଅଲିଭ୍ ଅଏଲ୍

ଅଲିଭ୍ ଅଏଲ୍ ଏପରି ଏକ ତେଲ ଯାହା ଅନେକ ଚମତ୍କାରୀ ଗୁଣରେ ଭରପୁର। ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭପ୍ରଦ ହେବା ସହ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମାତ୍ର ବହୁତ କମ୍ ଲୋକେ ଏବିଷୟରେ ଜାଣନ୍ତି ଯେ, ଏହାର ଏପରି କିଛି ବିଶେଷ ଉପଯୋଗ ଅଛି ଯାହାଦ୍ବାରା ସୁନ୍ଦରତା ସହ ଜଡ଼ିତ ଆମର ଅନେକ ସମସ୍ୟାର ସମାଧାନ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସୌନ୍ଦର୍ଯ୍ୟ ବୃଦ୍ଧିରେ ଅଲିଭ୍ ଅଏଲର ଭୂମିକା ବିଷୟରେ-

 

-ଶାମ୍ପୁ କରିବା ପୂର୍ବରୁ ଅଲିଭ୍ ଅଏଲ୍କୁ ହାଲକା ଉଷୁମ କରି କେଶରେ ମାଲିସ କରନ୍ତୁ ଓ ଏହାର ୧୫-୨୦ ମିନିଟ୍ ପରେ ଶାମ୍ପୁରେ କେଶ ଧୋଇ ଦିଅନ୍ତୁ। ଏହା ରୁକ୍ଷ କେଶ ପାଇଁ ବେଶ୍ ଲାଭଦାୟକ। ଏପରି କରିବା ଦ୍ବାରା କେଶ କୋମଳ ଓ ଚମକପ୍ରଦ ହୋଇଥାଏ।
-ଅଲିଭ୍ ଅଏଲରେ ଅଳ୍ପ ଚିନି ଏବଂ ଦୁଇ ବୁନ୍ଦା ଲେମ୍ବୁ ରସ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ଏହାକୁ ଓଠରେ ଲଗାନ୍ତୁ। ଏପରି କରିବା ଦ୍ବାରା ଓଠରୁ ମୃତ କୋଷ ବାହାରି ସ୍ୱାଭାବିକ ରଙ୍ଗ ଫେରି ଆସିଥାଏ। ବିଶେଷ କଥ ହେଉଛି ଏହା ପେଟକୁ ଗଲେ ମଧ୍ୟ କୌଣସି ପ୍ରକାର କ୍ଷତି ହୋଇନଥାଏ।
-ନଖ ବଢାଇବାକୁ ଚାହୁଁଥିଲେ ପ୍ରତିଦିନ ଏକ ଚାମଚ ଅଲିଭ୍ ଅଏଲ ନେଇ ନଖରେ ମାଲିସ କରନ୍ତୁ। ଏହାଦ୍ବାରା ନଖ ଶୀଘ୍ର ବଢିବା ସହ ମଜବୁତ୍ ଓ ସୁନ୍ଦର ‌ହୋଇଥାଏ।
-ତ୍ୱଚାରେ କୌଣସି ପ୍ରକାରର ପୋଡ଼ାଦାଗ ଥିଲେ ସେହି ସ୍ଥାନରେ ପ୍ରତ୍ୟେକଦିନ ଅଲିଭ୍ ଅଏଲ୍ ଲଗାନ୍ତୁ। ଏହାଦ୍ବାରା ଦାଗ ଧୀରେଧୀରେ ଦୂର ହୋଇଯିବ।
-ଅଲିଭ୍ ଅଏଲ୍ ଏକ ଭଲ ମଏଶ୍ଚରାଇଜର ଭାବେ ମଧ୍ୟ କାମ କରେ। ତେଣୁ ଗାଧୋଇବା ପରେ ଏହାକୁ ଦେହରେ ଲଗାଇବା ଖୁବ୍ ଲାଭଦୟକ ହୋଇଥାଏ। ଏହା ଶୁଷ୍କ ତ୍ୱଚା ସମସ୍ୟାରୁ ମୁକ୍ତି ଦେଇଥାଏ। ଚର୍ମ ସମ୍ବନ୍ଧୀୟ ରୋଗ ଦୂର କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ।
-ଶୀତଦିନେ ପାଦ ଫାଟିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଳ୍ପ ଉଷୁମ୍ ପାଣିରେ ପାଦକୁ ଭିଜାଇ ରଖି ଭଲ ଭାବେ ସଫା କରନ୍ତୁ। ଏହାପରେ ପାଦକୁ ସଫା କପଡ଼ାରେ ପୋଛି ଅଲିଭ୍ ଅଏଲ୍ ମାଲିସ କରନ୍ତୁ।
-କେଶ ଧୋଇବା ପରେ ମହିଳାମାନେ ସାଧାରଣତଃ ସିରମ୍ ବ୍ୟବହାର କରିଥାନ୍ତି। ବଜାରରେ ମିଳୁଥିବା ସିରମରେ ରାସାୟନିକ ଦ୍ରବ୍ୟ ମିଶିଥାଏ। ଏହା ବଦଳରେ ଅଲିଭ୍ ଅଏଲ୍ର ବ୍ୟବହାର କରିପାରିବେ। କେଶ ଧୋଇବା ପରେ ୭-୮ ବୁନ୍ଦା ଅଲିଭ୍ ଅଏଲ୍ ନେଇ ହାଲ୍‌କା ଭାବେ କେଶରେ ଲଗାନ୍ତୁ।
-ନଡ଼ିଆ ତେଲ ପରି ଅଲିଭ୍ ଅଏଲ୍‌କୁ ମଧ୍ୟ ମେକ୍‌ଅପ୍ ରିମୁଭର୍ ଭାବେ ବ୍ୟବହାର କରିପାରିବେ।
-ୱାକ୍ସିଂ କରିବା ପରେ ତ୍ୱଚାରେ ଅଲିଭ୍ ଅଏଲ୍ ମାଲିସ କରନ୍ତୁ। ସମ୍ବେଦନଶୀଳ ତ୍ୱଚା ପାଇଁ ଏହା ଖୁବ୍ ଉପକାରୀ।

Comments are closed.