ଶସ୍ୟଶ୍ୟାମଳା ଓ ସୁନ୍ଦର ପାହାଡିଆ ମନମୁଗ୍ଧକର ଅଟେ ଏହି ସ୍ଥାନ 

ହିମାଚଳପ୍ରଦେଶରେ ସ୍ଥିତ ଭୁନ୍ତାର ସହର। ଏଠାରେ ଶସ୍ୟଶ୍ୟାମଳା ପରିବେଶ, ବିଭିନ୍ନ ଜୀବଜନ୍ତୁ ଦେଖିବାକୁ ମିଳେ। ଏହି ଭୁନ୍ତାର ସହରରେ କେଉଁ କେଉଁ ପର୍ୟ୍ୟଟନସ୍ଥଳୀ ରହିଛି ଆସନ୍ତୁ ଜାଣିବା।
ବିଜଲୀ ମହାଦେବ ମନ୍ଦିର –
ବିଜଲୀ ମହାଦେବ ମନ୍ଦିର ଭୁନ୍ତାର ଠାରୁ ନିକଟରେ ଥିବା ମାଥନ ପର୍ବତରେ ପ୍ରାୟ ୨୦୦୦ମିଟରର ଉଚ୍ଚରେ ରହିଛି। ଏହା ପ୍ରଭୁ ମହାଦେବଙ୍କ ମନ୍ଦିର ଅଟେ। ଏଠାକୁ ଯାଇ ଦର୍ଶନ କଲେ ଖୁବ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି।
ବଶେଶ୍ୱର ମନ୍ଦିର –
ଏହି ମନ୍ଦିରର ଶିଳାର ଓ ଅନ୍ୟାନ୍ୟ କାରୁକାର୍ୟ୍ୟ ଅତ୍ୟନ୍ତ ଉଚ୍ଚକୋଟରୀର। ଭୁନ୍ତାର ବିମାନବନ୍ଦରରୁ ଏହା ୪ରୁ ୫ କିଲୋମିଟର ଦୂରରେ ଅବସ୍ଥିତ। ତେଣୁ ଏଠାକୁ ଯିବା ଅତ୍ୟନ୍ତ ସହଜ ଅଟେ। ମନ୍ଦିରର ନିକଟରେ ଅନ୍ୟାନ୍ୟ କେତେକ ଭ୍ରମଣ ଉପଯୋଗୀ ସ୍ଥାନ ମଧ୍ୟ ରହିଛି।
ହିମାଳୟ ଜାତୀୟ ଉଦ୍ୟାନ –ଏହା ଜବାହରଲାଲ ନେହେରୁ ଗ୍ରେଟ ଇଣ୍ଡିଆନ ଜାତୀୟ ପାର୍କ ନାମ ଭାବେ ବେଶ ପରିଚିତ। ଏଠାରେ ଆପଣ ପ୍ରକୃତିର ସୁନ୍ଦର ରୂପରକୁ ଅତି ନିକଟରୁ ଦେଖିପାରିବେ। ଏହା ଛଡ଼ା ଏଠାରେ ଥିବା ଜଙ୍ଗଲରେ ଆପଣ ବିଭିନ୍ନ ପ୍ରକାରର ବୃକ୍ଷଲତା, ବିଭିନ୍ନ ପ୍ରକାରର ଜୀବଜନ୍ତୁ ଯେପରି କଳା ଭାଲୁ, ଜଙ୍ଗଲୀ ବିଲୁଆ,କସ୍ତୁରୀ ମୃଗ ଆଦି ଦେଖିପାରିବେ।
ଭୁନ୍ତାରରେ ବ୍ୟାସ ନଦୀ ମଧ୍ୟ ପ୍ରବାହିତ ହେଉଛି। ଏଠାରେ ପର୍ୟ୍ୟଟକ ହ୍ୱାଇଟ ୱାଟର ରାଫଟିଙ୍ଗର ମଜା ନେଇଥାଆନ୍ତି।
ମେଘାଳୟ ଯାହାକୁ ବାଦାଲମାନଙ୍କ ଘର ବୋଲି ମଧ୍ୟ କୁହାଯାଏ। ଏହି ସୁନ୍ଦର ପାର୍ବତୀୟ ରାଜ୍ୟ ଯେଉଁଠାରେ ବରଫାବୃତ ପାହାଡ଼, ମନମୁଗ୍ଧକର ଝରଣା , ବିଭିନ୍ନ ପ୍ରକାରର ଫୁଲ ଏଠାକାର ବିଶେଷତ୍ୱ ଅଟେ। ଏଠାରେ ଏକ ପ୍ରକାର ଆଦିବାସୀ ସମ୍ପଦ୍ରାୟ ଲୋକେ ମଧ୍ୟ ରହିଛନ୍ତି। ଏଠାକୁ ଭ୍ରମଣ ପାଇଁ ଗଲେ ଆପଣ ଭିନ୍ନ ଓ ସ୍ମରଣୀୟ ଅନୁଭୂତି ନିଜ ସାଥିରେ ନେଇ ଫେରିବେ। ଜାଣନ୍ତୁ ଏଠାକାର କେତେକ ପ୍ରସିଦ୍ଧ ସ୍ଥାନ ବିଷୟରେ…..
ଆପଣ ପ୍ରଥମ ଦିନ ଗୌହାଟି ବିମାନବନ୍ଦର ଠାରେ ଓହ୍ଲାଇ ଶିଲଙ୍ଗକୁ ଯାଆନ୍ତୁ। ଶିଲଙ୍ଗ ଗୌହାଟି ଠାରୁ ପ୍ରାୟ ୧୩୨ କିଲୋମିଟର ଦୂରରେ ଅବସ୍ଥିତ। ଶିଲଙ୍ଗରେ ଆପଣ ୪ ଘଣ୍ଟାରେ ପହଞ୍ଚି ଯିବେ। ଏଠାରେ ଆପଣ ପୋଲୋ ଗ୍ରାଉଣ୍ଡସ ବୁଲିବାକୁ ଯାଇପାରିବେ। ଏହାସହ ଆପଣ ନିକଟରେ ଥିବା ମାର୍କେଟ ଯାଇ ସେଠାରେ ବିଭିନ୍ନ ଖାଦ୍ୟପେୟ ସହ ସପିଂର ମଧ୍ୟ ମଜା ନେଇପାରିବେ।
ଆପଣ ମେଘାଳୟ ଯାତ୍ରାର ଦ୍ୱିତୀୟ ଦିନରେ ଶିଲଙ୍ଗର ଆଖପାଖ ସ୍ଥାନକୁ ବୁଲିବାକୁ ଯାଇପାରିବେ। ଏଠାରେ ଥିବା ୱିଲିୟମସନ ସଙ୍ଗମା ଷ୍ଟେଟ ମ୍ୟୁଜିୟମକୁ ବୁଲିବାକୁ ନିଶ୍ଚୟ ଯାଆନ୍ତୁ। ଏହାସହ ଯଦି ଆପଣ ପ୍ରାକୃତିକ ସୌନ୍ଦର୍ୟ୍ୟର ଆନନ୍ଦ ନେବାକୁ ଚାହୁଁଛନ୍ତି ସହରର ସବୁଠାରୁ ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀ ୱାଡ୍ସ ହ୍ରଦ ବୁଲିପାରିବେ। ଶିଲଙ୍ଗରେ ବହୁତ ଚର୍ଚ୍ଚ ମଧ୍ୟ ରହିଛି, ଯାହାର କାରୁକାର୍ୟ୍ୟ ବେଶ ସୁନ୍ଦର ଅଟେ।
ଶିଲଙ୍ଗ ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ମାୱଫଲଙ୍ଗରେ ଥିବା ମାୱଫଲଙ୍ଗ ପବିତ୍ର ଉପବନ ରହିଛି। ଏଠାକାର ଆଦିବାସୀ ମାନଙ୍କ ପାଇଁ ଏହି ସ୍ଥାନ ପୂଜନୀୟ ଅଟେ। ଆପଣ ଏଠାକୁ ବୁଲିବାକୁ ଗଲେ ଭ୍ରମଣର ଏକ ଭିନ୍ନ ଅନୁଭୂତି ପାଇପାରିବେ।
ଆପଣ ନିଜ ଯାତ୍ରାର ତୃତୀୟ ଦିନରେ ଶିଲଙ୍ଗର ନିକଟରେ ଥିବା କେତେକ ମନ୍ଦିର ଯାଇ ବୁଲିପାରିବେ। ଏହାସହ ଆପଣ ଚେରାପୁଞ୍ଜି ମଧ୍ୟ ଭ୍ରମଣ ପାଇଁ ଯାଇପାରିବେ। ଦୁନିଆର ଅନ୍ୟାନ୍ୟ ସ୍ଥାନ ମାନଙ୍କ ମଧ୍ୟରୁ ଏଠାରେ ଅଧିକ ବର୍ଷା ହୁଏ। ଗଛର ବିଭିନ୍ନ ଅଂଶରୁ ଫୁଟିଥିବା ଫୁଲ ଏଠାକାର ମୁଖ୍ୟ ଆକର୍ଷଣ।
ଶିଲଙ୍ଗର ଏହି ସବୁ ସ୍ଥାନ ବ୍ୟତୀତ ଆପଣ ଉମିୟମ ହ୍ରଦ ବୁଲିବାକୁ ଯାଇପାରିବେ। ଏଠାକାର ସୁନ୍ଦର ପ୍ରାକୃତିକ ଦୃଶ୍ୟ ମନମୁଗ୍ଧ କରିଥାଏ।

Comments are closed.