ଉତ୍ତରାଖଣ୍ଡର ସୁନ୍ଦର ସ୍ଥାନ ଫୁଲର ଉପତ୍ୟକା

ଆପଣ ଉତ୍ତରାଖଣ୍ଡରେ ସ୍ଥିତ ଫୁଲର ଉପତ୍ୟକା ବିଷୟରେ ଜାଣିଛନ୍ତି କି ? ଏହା ଏକ ରାଷ୍ଟ୍ରୀୟ ଉଦ୍ୟାନ ଯାହା ଗଦବାଲ କ୍ଷେତ୍ରର ଚମୋଲୀ ଜିଲାରେ ଅବସ୍ଥିତ। ଏହା ବିଶ୍ୱର ଐତିହ୍ୟ ଭାବେ ମଧ୍ୟ ଘୋଷିତ ହୋଇଛି। ଜାଣନ୍ତୁ ଏହି ସୁନ୍ଦର ସ୍ଥାନ ବିଷୟରେ। ଏଠାକାର ସୁନ୍ଦରତାର ଆନନ୍ଦ ନେବାକୁ ଏଠାକୁ ପ୍ରତିବର୍ଷ ଲକ୍ଷାଧିକ ପର୍ୟ୍ୟଟକ ଏହି ସ୍ଥାନକୁ ଭ୍ରମଣ ପାଇଁ ଆସିଥାଆନ୍ତି।
ଫୁଲର ଉପତ୍ୟକା ୮୭.୫୦ କି.ମି ବର୍ଗ କ୍ଷେତ୍ର ବିଶିଷ୍ଟ ସ୍ଥାନରେ ରହିଛି। ଚାରିପାଖରେ ପାହାଡ଼ ପର୍ବତ ଦ୍ୱାରା ଘେରି ରହିଥିବା ଏହି ଘାଟି ଖୁବ ସୁନ୍ଦର ସ୍ଥାନ ଅଟେ। ଏଠାରେ ଆପଣ ୫୦୦ରୁ ଅଧିକ ପ୍ରଜାତିର ଫୁଲ ଦେଖିବାକୁ ପାଇବେ। ଏହି ସ୍ଥାନ ଉଦ୍ୟାନକୃଷିବିଦ୍ ( ଉଧ୍ୟାନ ବିଦ୍ୟାରେ ପ୍ରବୀଣ ବ୍ୟକ୍ତି ) ଓ ଫୁଲ ପ୍ରେମୀ ମାନଙ୍କର ବେଶ ପସନ୍ଦର ଓ ପ୍ରସିଦ୍ଧ ସ୍ଥାନ ଅଟେ। ଏହାଏକ ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀ ଅଟେ।
ରାମାୟଣ ଓ ମହାଭାରତରେ ଏହି ଏହି ଫୁଲ ଉପତ୍ୟକା ବିଷୟରେ ବର୍ଣ୍ଣନା କରାଯାଇଛି ବୋଲି ପ୍ରଚଳିତ କଥା ରହିଛି। ମାନ୍ୟତା ଅନୁଯାୟୀ, ଏହା ସେହି ସ୍ଥାନ ଅଟେ, ଯେଉଁ ଠାରୁ ପ୍ରଭୁ ହନୁମାନ ଭଗବାନ ଶ୍ରୀରାମଙ୍କ ଭାଇ ଲକ୍ଷ୍ମଣଙ୍କ ପାଇଁ ସଞ୍ଜିବନୀ ବୁଟୀ ଆଣିଥିଲେ। ସ୍ଥାନୀୟ ଲୋକଙ୍କ ଧାରଣାରେ ଏହି ଘାଟିରେ ପରୀମାନେ ବାସ କରନ୍ତି ।