କଇଁଛ କିଣନ୍ତୁ ; ମାଗଣାରେ ମିଳିବ ବିଳାସପୂର୍ଣ୍ଣ ଘର

ସଭିଁଙ୍କୁ ନିଜର ଘର କିଣିବାକୁ ଓ କରିବାକୁ ଖୁବ ଇଚ୍ଛା। ଆପଣ ଯଦି ଏଭଳି କିଛି ସ୍ୱପ୍ନ ଦେଖୁଛନ୍ତି ଓ ପୂରଣ କରିବାକୁ ଚାହୁଁଛନ୍ତି ମାଗଣାରେ ମିଳିପାରିବ। ମାତ୍ର ଏଥିପାଇଁ ଆପଣଙ୍କୁ ଏକ ସର୍ତ୍ତ ମାନିବାକୁ ପଡିବ। ସର୍ତ୍ତ ଅନୁଯାୟୀ ମାଗଣାରେ ଘର ପାଇବାକୁ ହେଲେ ଆପଣଙ୍କୁ ଏକ କଇଁଛ ମଧ୍ୟ ନେବାକୁ ପଡିବ। ଏହି କଇଁଛର ନାମ ହର୍କ୍ୟୁଲସ୍‍। କଇଁଛର ମୂଲ୍ୟ ୮ କୋଟି ୫୪ ଲକ୍ଷ ୫୪ ହଜାର ୫୪୭ ଦେଇ ଘର ସହ କଇଁଛକୁ କିଣିବାକୁ ପଡିବ।
ଏକ ବିଶେଷ କଥା ହେଉଛି ଏହି କଇଁଛଟି ୯୪ ବର୍ଷର। ଏହି କଇଁଛକୁ ବିକ୍ରି କରୁଥିବା ବ୍ୟକ୍ତିଙ୍କ କହିହା ଅନୁଯାୟୀ ଯେ କି ଏହି କଇଁଛକୁ କିଣିବେ ତାଙ୍କୁ ମାଗଣାରେ ୱିଲଟସାୟାରର ଏକ ବିଳାସପୂର୍ଣ୍ଣ ଘର ମିଳିବ।
ଏହି ବିଳାସପୂର୍ଣ୍ଣ ଘରେ ୪ଟି ଶୟନ କକ୍ଷ, ଭିତରକୁ ପ୍ରବେଶ କରିବା ସମୟରେ ଏକ ବଡ ହଲ୍‍ , ଅନ୍ୟାନ୍ୟ ସମସ୍ତ ସୁବିଧା ରହିଛି। ଘର ବାହାରେ ୨ଟି ବଡ଼ ବଗିଚା ମଧ୍ୟ ରହିଛି। ପ୍ରାୟ ୧୪ ବର୍ଷ ହେବ କଇଁଛଟି ଏହି ଘରେ ରହିବା ସହ କାକୁଡି ଓ ସାଲଡ ଖାଇଥାଏ। ଏହାର ପ୍ରିୟ ଖାଦ୍ୟ ଟମାଟୋ ବୋଲି କୁହାଯାଉଛି।

Comments are closed.