ବାରିପଦାରେ ୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ମାଡ଼ ଅଭିଯୋଗ

ବାରିପଦା: ବାରିପଦାରେ ୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ମାଡ଼ ଅଭିଯୋଗ। କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ବଶ୍ବର ଟୁଡୁଙ୍କ ନାମରେ ଅଭିଯୋଗ ହୋଇଛି। ମନ୍ତ୍ରୀ ଉଭୟ ଅଧିକାରୀଙ୍କୁ ଚେୟାରରେ ପିିଟିଥିବା ଅଭିଯୋଗ ହୋଇଛି। ଜିଲା ଯୋଜନା ବୋର୍ଡ ଡେପୁଟି ନିର୍ଦେଶକ ଅଶ୍ବିନୀ ମଲ୍ଲିକ ଓ ସହକାରୀ ନିର୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ମାଡ଼ ହୋଇଥିବା ଅଭିଯୋଗ ଆସିଛି। ଅପରପକ୍ଷରେ ୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ମାଡ଼ ଅଭିଯୋଗ ଘଟଣା ଅଭିଯୋଗକୁ ଖଣ୍ଡନ କଲେ କେନ୍ଦ୍ର ମନ୍ତ୍ରୀ ବିଶ୍ବଶ୍ବର ଟୁଡୁ। କହିଲେ ଅଭିଯୋଗ ମିଥ୍ୟା। ଆଗକୁ ନିର୍ବାଚନ ଥିବାରୁ ବଦନାମ ପାଇଁ ଷଡ଼ଯନ୍ତ୍ର। ରିଭ୍ୟୁ ପାଇଁ ଆସିଥିଲେ। ବ୍ୟସ୍ତ ଥିବାରୁ ମନା କଲି, ଫେରିଗଲେ।

Comments are closed.