ପରକୀୟା ପ୍ରୀତିରୁ ଯୁବକ, ମହିଳାଙ୍କୁ ବାନ୍ଧି ପିଟିଲେ

0

ମାଲକାନଗିରି: ପରକୀୟା ପ୍ରୀତିକୁ ନେଇ ମାଲକାନଗିରି ଜିଲା ଏମପିଭି-୪୭ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଅବିବାହିତ ଯୁବକ ଏବଂ ଜଣେ ମହିଳାଙ୍କୁ କେତେଜଣ ଲୋକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାରିରାଲ ହୋଇଛି।

ସୂଚନା ମୁତାବକ, ପରକୀୟା ପ୍ରୀତିରେ ଲିପ୍ତ ଥିବା ସମ୍ପୃକ୍ତ ଯୁବକ ଏବଂ ମହିଳାଙ୍କୁ ଗତ ଶୁକ୍ରବାର ସ୍ଥାନୀୟ କେତେଜଣ ଲୋକ ଏମପିଭି-୪୭ ଗାଁ ନିକଟରୁ ଧରିଥିଲେ। ପରେ ସେମାନେ ଉଭୟଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ମରାଯିବାର ଭିଡିଓ ଭାଇରାଲ ହେବା ପରେ ପୁଲିସ ନିକଟରେ ଖବର ପହଞ୍ଚିଥିଲା। ପୁଲିସ ଏଥିରେ ହସ୍ତକ୍ଷେପ କରିବା ସହ ମାଡ଼ ମରାଯିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରିବ ବୋଲି ସୂଚନା ଦେଇଛି।

Leave A Reply