ପତ୍ନୀଙ୍କ ଅତ୍ୟାଚାର: ସ୍ୱାମୀଙ୍କୁ ମିଳିଲା ପୁଲିସ ସୁରକ୍ଷା

0

ନୂଆଦିଲ୍ଲୀ: ଘରୋଇ କଳହର ଭିନ୍ନ ଏକ ଦିଗ ନିକଟରେ ସାମ୍ନାକୁ ଆସିଛି। ଜଣେ ସ୍ୱାମୀଙ୍କୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଛି। ସ୍ୱାମୀଜଣକ ପତ୍ନୀଙ୍କ ଶାରୀରିକ ନିର୍ଯାତନାରେ ଆତଙ୍କିତ ଥିବାରୁ କୋର୍ଟ ଏହି ସୁରକ୍ଷା ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ସଞ୍ଜୀବ ଶର୍ମା ନାମକ ଜନୈକ ଦିବ୍ୟାଙ୍ଗ ବ୍ୟକ୍ତି ଏକ ସରକାରୀ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଅଟନ୍ତି। ଶ୍ରୀ ଶର୍ମାଙ୍କୁ ପ୍ରତି ଦିନ ତାଙ୍କ ପତ୍ନୀ ମାଡ଼ ମାରୁଥିବା କୋର୍ଟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଶ୍ରୀ ଶର୍ମା କୋର୍ଟରେ ଉପଯୁକ୍ତ ପ୍ରମାଣ ଦାଖଲ କରିବା ପରେ କୋର୍ଟ ପକ୍ଷରୁ ତାଙ୍କୁ ପୁଲିସ ସୁରକ୍ଷା ପ୍ରଦାନ କରାଯାଇଛି। ବିଚାରପତି ନାଜମୀ ୱାଜିରି ଏହି ମାମଲାରେ ଶ୍ରୀ ଶର୍ମାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ନିର୍ଦେଶ ଦେବା ସହ ତାଙ୍କ ପତ୍ନୀଙ୍କୁ ଆଇନ ହାତକୁ ନନେବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ବ୍ୟତୀତ ଶ୍ରୀ ଶର୍ମାଙ୍କୁ ସର୍ବନିମ୍ନ ୨ଟି ଜରୁରୀକାଳୀନ ଫୋନ ନମ୍ବର ପ୍ରଦାନ କରିବାକୁ ସ୍ଥାନୀୟ ପ୍ରଶାସନକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଶ୍ରୀ ଶର୍ମାଙ୍କ ପୁଅକୁ ମଧ୍ୟ ତାଙ୍କ ପତ୍ନୀ ମାଡ଼ ମାରିବା ଓ ଶ୍ରୀ ଶର୍ମାଙ୍କ ହ୍ୱିଲ ଚେୟାରକୁ ତାଙ୍କ ପତ୍ନୀ ଭାଙ୍ଗିବାର ଭିଡିଓ କୋର୍ଟରେ ଦାଖଲ କରାଯିବା ପରେ କୋର୍ଟ ପକ୍ଷରୁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇ ଥିଲା।

Leave A Reply