ଅଜଣା ଗାଡି ଧକ୍କାରେ ଗୁରୁତର ଭାଲୁର ମୃତ୍ୟୁ

ପାଟଣା : ଢେଙ୍କିକୋଟ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର କଟରାବେଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଥିବା ଜଙ୍ଗଲି ଭାଲୁର ମୃତ୍ୟୁ ଘଟିଛି । ବୁଧବାର ବିଳମ୍ବିତ ରାତିରେ ଭାଲୁଟି ଜାତୀୟ ରାଜପଥରେ ରାସ୍ତା ପାର ହେଉଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଗୁରୁବାର ସକାଳେ ସ୍ଥାନୀୟ ଲୋକ ଦୁର୍ଘଟଣାଗ୍ରସ୍ତ ଭାଲୁକୁ ଦେଖି ଢେଙ୍କିକୋଟ ଫରେଷ୍ଟକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ଟିମ ପହଞ୍ଚି ଗୁରୁତର ଭାଲୁକୁ ଉଦ୍ଧାର କରି ଘଟଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରୁଥିବା ବେଳେ ଭାଲୁଟିର ମୃତ୍ୟୁ ଘଟିଛି । ବ୍ୟବଚ୍ଛେଦ ପରେ ବନ ବିଭାଗ ପକ୍ଷରୁ ମୃତ ଭାଲୁଟିକୁ ନିକଟସ୍ଥ ଜଙ୍ଗଲରେ ଗାତ ଖୋଳି ପୋତି ଦିଆଯାଇଛି।

Comments are closed.