ଭାଲୁ ଖାଇଲା ଭୋଜି

ମେକ୍ସିକୋ : ଅନେକ ସମୟରେ ଏପରି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ବେଶ ସ୍ମରଣୀୟ ହୋଇ ରହିଥାଏ। ସେଭଳି ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ବିବାହ ଭୋଜିରେ ବନ୍ଧୁବାନ୍ଧବଙ୍କୁ ଡକାଯିବା ସାଧାରଣ କଥା। ମାତ୍ର ଚିନ୍ତା କରନ୍ତୁ ଆପଣଙ୍କ ବିନା ନିମନ୍ତ୍ରଣରେ ଓ ମନୁଷ୍ୟ ବ୍ୟତୀତ ହଠାତ ଯଦି କୌଣସି ବନ୍ୟଜନ୍ତୁ ସମସ୍ତେ ଭୋଜନ କରୁଥିବା ସମୟରେ ଆସି ପହଁଞ୍ଚି ଯାଏଁ ତେବେ ପରିସ୍ଥିତି କ’ଣ ହେବ ? କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଘଟଣାଟି ମେକ୍ସିକୋର।
ମେକ୍ସିକୋରେ ଏକ ବିବାହ ଭୋଜି ଆୟୋଜିତ ହେବା ସହ ଲୋକେ ବେଶ ଆନନ୍ଦରେ ରାତ୍ରୀ ଭୋଜନର ମଜା ନେଉଥିଲେ। ହଠାତ ସେହି ସମୟରେ ସେଠାକୁ ଏକ ଭାଲୁ ପ୍ରବେଶ କରିବା ସହ ଖାଦ୍ୟ ଖାଇବା ଆରମ୍ଭ କରିଥିଲା। ଏହାସହ ଏଣେତେଣେ ଯାଉଥିଲା। ଏହାଦେଖି ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ମାନେ ଭୟଭୀତ ହୋଇଯାଇଥିଲେ। ମାତ୍ର କିଛି ଅତିଥି ନିଜ ଭୋଜନ ମଧ୍ୟ ଜାରି ରଖିଥିଲେ। ସୌଭାଗ୍ୟବଶତଃ ଭାଲୁଟି କାହା ଉପରେ ଆକ୍ରମଣ କରିନଥିଲା ଏବଂ  ପ୍ରାକୃତିକ ବାସସ୍ଥାନକୁ ଫେରି ଯାଇଥିଲା। ​​
ଭିଡିଓ ସେୟାର କରିଥିବା ବ୍ୟକ୍ତି କହିଛନ୍ତି , ଏହି ବିବାହ ଗତ ସପ୍ତାହ ଶେଷରେ ନ୍ୟୁଭୋ ଲିଓନ୍ ନାମକ ଏକ ପାର୍ବତ୍ୟ ଅଞ୍ଚଳରେ ହୋଇଥିଲା ଯେଉଁଠାରେ ସହଜରେ ବନ୍ୟଜନ୍ତୁ ଆସିପାରିବେ।
ରିପୋର୍ଟ ଅନୁଯାୟୀ ଶୁକ୍ରବାର ଦିନ ବିବାହ ପୂର୍ବରୁ କିଛି ଅତିଥିମାନେ ଏକ ଶିଶୁ ଭାଲୁ ଦେଖିଥିବାର କହିଛନ୍ତି। ବିଶେଷଜ୍ଞଙ୍କ ମତରେ ଖାଦ୍ୟର ବାସ୍ନା ହେତୁ ଭାଲୁ ବିବାହଭୋଜି ପ୍ରତି ଆକର୍ଷିତ ହୋଇଥାଇପାରେ।

Comments are closed.